ବାତ୍ୟାକୁ ନେଇ ଭୁଲ୍ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କଲେ IMD ନିର୍ଦ୍ଦେଶିକା

ବାତ୍ୟାକୁ ନେଇ କିଛି ଗଣମାଧ୍ୟମରେ ଭୁଲ୍ ତଥ୍ୟ ପ୍ରସାରଣ ହେଉଥିବାରୁ ଏହା ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି। ଏଭଳି ଭୁଲ୍ ଖବର ଓ ଅପପ୍ରଚାରରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତେଣୁ ବାତ୍ୟାର ଗତିପଥ, ତୀବ୍ରତା, ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସମୟ ଓ ପ୍ରଭାବକୁ ନେଇ କୌଣସି ଖବର ପ୍ରସାରଣ କରିବା ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ। କେବଳ ଅଧିକୃତ ସୂଚନା ଓ ପାଣିପାଗ ବିଭାଗର ନିୟମିତ ବୁଲେଟିନ୍ ଆଧାରରେ ଖବର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ, ମିଛ ବାତ୍ୟା ପୂର୍ବାନୁମାନ ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ଯାଞ୍ଚ ହୋଇନଥିବା ମିଛ, ବିଭ୍ରାନ୍ତିକର ଓ କଳ୍ପିତ ବାତ୍ୟା ପୂର୍ବାନୁମାନ ପ୍ରଚାରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଭଳି ଖବର ପ୍ରଚାର କରି ଲୋକଙ୍କୁ ଭୟଭୀତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରିବ ।

ଅଧିକ ପଢନ୍ତୁ