ନଭେମ୍ବର ୧ ତାରିଖରୁ ବଦଳିବ LPG ଏବଂ PNG ନିୟମ!

୧ ନଭେମ୍ୱର ୨୦୨୬ ଠାରୁ ଏଲପିଜି ସିଲିଣ୍ଡରର ଦର, ବୁକିଂ, ଡେଲିଭରି ଭେରିଫିକେସନ ଏବଂ ଆଧାର ଇ-କେୱାଇସି (Aadhaar e-KYC) ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କାର୍ଯ୍ୟକାରୀ ରହିବ। ସରକାରଙ୍କ ପକ୍ଷରୁ ମିଳୁଥିବା ଏଲପିଜି ସବସିଡି (LPG Subsidy) ର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ବାୟୋମେଟ୍ରିକ ଆଧାର ଭେରିଫିକେସନ (Aadhaar e-KYC) ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଇ-କେୱାଇସି ପୂରା କରିସାରିଛନ୍ତି, ସେମାନଙ୍କୁ ପୁନର୍ୱାର କରାଇବାର ଆବଶ୍ୟକତା ନାହିଁ। ଇଣ୍ଡିଆନ ଅଏଲ (Indane) ର ଗ୍ରାହକମାନେ IndianOil ONE ଆପ, ଭାରତ ଗ୍ୟାସ (Bharatgas) ର ଗ୍ରାହକମାନେ HelloBPCL ଆପ ଏବଂ ଏଚପି ଗ୍ୟାସ (HP Gas) ର ଗ୍ରାହକମାନେ HP PAY ଆପ ଜରିଆରେ e-KYC କରିପାରିବେ। ଏହାବ୍ୟତୀତ ଆପଣ ନିଜର ଗ୍ୟାସ ଏଜେନ୍ସିକୁ ଯାଇ କିମ୍ୱା ଡେଲିଭରି ବୟଙ୍କ ଜରିଆରେ ମଧ୍ୟ ଏହାକୁ ପୂରା କରାଇ ପାରିବେ।ଯଦି ଆପଣଙ୍କର ପାଇପ୍ ରନ୍ଧନ ଗ୍ୟାସ୍ (PNG) ସଂଯୋଗ ଅଛି, ତେବେ ଆପଣଙ୍କୁ ଆପଣଙ୍କର ପୁରୁଣା LPG ସିଲିଣ୍ଡରକୁ ଦେବାକୁ ପଡିବ। ନିୟମ ଅନୁଯାୟୀ, PNG ସଂଯୋଗ ପାଇବାର 30 ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କର ଘରୋଇ LPG ସଂଯୋଗକୁ ହସ୍ତାନ୍ତର କରିବାକୁ ପଡିବ କିମ୍ବା PNG ନଥିବା ଅଞ୍ଚଳର ପାଇଁ ଏକ ସ୍ଥାନାନ୍ତର ଭାଉଚର (ଟିଭି) ସହିତ ବଦଳାଇବାକୁ ପଡିବ। PNG ଧାରକମାନେ ସେମାନଙ୍କ ଘରେ ଘରୋଇ LPG ସିଲିଣ୍ଡର ରଖିପାରିବେ ନାହିଁ।”

ଅଧିକ ପଢନ୍ତୁ