ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ କ୍ରୁମେମ୍ବର ମଧ୍ୟ ଅଟକି ରହିଛନ୍ତି।
୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ କୁଜଙ୍ଗ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ଜଟିଳତା ବଢିଛି । ସେପଟେ ଏପର୍ଯ୍ୟନ୍ତ କୋକେନ୍ ରହସ୍ୟଉପରୁ ପରଦା ଉଠିପାରିନାହିଁ।