ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ

ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା । ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଉଛି । ପ୍ରଥମ ଦିନ ଅର୍ଥାତ୍ ଆଜି ଦିନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ପରୀକ୍ଷା ହେବ । ସେହିପରି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଇଂରାଜୀ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପ୍ରଥମ ଓ ଦ୍ୱିତୀୟ ପେପର୍, ନଭେମ୍ବର ୪ରେ ତୃତୀୟ ଓ ଚତୁର୍ଥ ପେପର୍, ନଭେମ୍ବର ୫ରେ ପ୍ରବନ୍ଧ ଓ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟର ଦୁଇଟି ପେପର୍ ପରୀକ୍ଷା ହେବ। 

ଅଧିକ ପଢନ୍ତୁ