ଧନତେରସ୍‌ରେ ଓଡ଼ିଶାରେ ବିକ୍ରି ହେଲା ୩୦୦ କୋଟିରୁ ଅଧିକ ସୁନା

ଧନତେରସ୍‌ରେ ସୁନା କିଣାକୁ ନେଇ ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସୁନା ଦରରେ ବଡ଼ ଧରଣର ହ୍ରାସ ଏବଂ ବିଭିନ୍ନ ଜୁଏଲାରୀ ସୋରୁମ୍‌ର ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଟାଣି ଆଣିଥିଲା । ଫଳରେ ଧନତେରସ୍‌ରେ ସାରା ଓଡ଼ିଶାରେ ଜମିଥିଲା ସୁନା ବେପାର । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହାଲୁକା ଗହଣାର ଟ୍ରେଣ୍ଡ୍ ରହିଥିଲା । କମ୍ ଓଜନରେ ଭଳିକି ଭଳି ଡିଜାଇନ୍ ଆଣିଛନ୍ତି ସୋ’ରୁମ୍ । ଧନ୍ତେରସରେ ଘରକୁ ସୁନା ରୁପା ଆଣିଲେ ସମୃଦ୍ଧି ଆସିଥାଏ, ଏହି ବିଶ୍ୱାସ ଆଗରେ ପଛରେ ପଡ଼ିଯାଇଛି ଦର । ପାଗଯୋଗ ଭଲ ଥିବାବେଳେ ସୋ’ରୁମ୍ ଗୁଡ଼ିକରେ ଲୋକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ଷ୍ଟୋରରେ ଅସମ୍ଭାଳ ଗ୍ରାହକ ସମାଗମ ହୋଇଥିଲା ।ସହର ଅନୁସାରେ ଦେଖିଲେ, ସର୍ବାଧିକ ସୁନା ବିକ୍ରି ହୋଇଛି ଭୁବନେଶ୍ୱରରେ । ଏହାବ୍ୟତୀତ ରାଉରକେଲା, ଅନୁଗୋଳ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସହରରେ ମଧ୍ୟ ସୁନା କିଣାବିକା ଜୋରଦାର ହୋଇଛି ।

ଅଧିକ ପଢନ୍ତୁ