ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ନିର୍ଦ୍ଦେଶ ସହ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧିରେ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ମୁଖ୍ୟାଳୟ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନରଙ୍କ (RDC) କାର୍ଯ୍ୟାଳୟକୁ ସ୍ଥିର କରାଯାଇଛି । ନିୟମ ଅନୁଯାୟୀ, ସେ ନିଲମ୍ବନ ସମୟରେ ବିନା କୌଣସି ଅନୁମତିରେ ନିଜ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ।ନିଲମ୍ବନ ଅବଧି ମଧ୍ୟରେ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର, ଉତ୍ତରାଞ୍ଚଳଙ୍କ କାର୍ଯ୍ୟାଳୟରେ ରହିବ । ବିଡିଓଙ୍କ ବିରୁଦ୍ଧରେ ଆବଶ୍ୟକ ଅଭିଯୋଗପତ୍ର ଏବଂ ପ୍ରମାଣପତ୍ର ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ କିମ୍ବା ଦୁର୍ନୀତି ଅଭିଯୋଗ ପାଇଁ ବିଡ଼ିଓଙ୍କୁ ନିଲମ୍ବିତ କରାଯାଇଛି, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
