ସିଆରସିସିଙ୍କ ବିୟୋଗରେ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାଲୁଗାଁ କ୍ଲଷ୍ଟର ସିଆରସିସି ଭାସ୍କର ଚନ୍ଦ୍ର ଦାଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ଶିକ୍ଷକ ପୀତବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପ୍ରଥମେ ସ୍ବର୍ଗତ ଦାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦଜ୍ଜ୍ୱଳନ କରାଯାଇଥିଲା। ଏହାପରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।
ସଭାରେ ଉପସ୍ଥିତ ଶିକ୍ଷକ ଓ ସହକର୍ମୀମାନେ ସ୍ବର୍ଗତ ଦାଶଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ସେ ଜଣେ ଅତ୍ୟନ୍ତ ଅମାୟିକ, ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ତଥା ପରୋପକାରୀ ବ୍ୟକ୍ତିତ୍ୱ ଥିଲେ। ଶିକ୍ଷା ଓ ସଂଗଠନ କ୍ଷେତ୍ରରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଏଭଳି ଅକାଳ ବିୟୋଗ ସ୍ଥାନୀୟ ଶିକ୍ଷା ମହଲରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି ବୋଲି ଉପସ୍ଥିତ ଶିକ୍ଷକ ଅଶୋକ ମଲ୍ଲ,ଶେଖ ଅବଦୁଲ ଖାଲିକ, ବିପିନ ବିହାରୀ ଦାସ, ସନ୍ତୋଷ ସାହୁ,କୁଞ୍ଜବିହାରୀ ଜେନା,ସୁରେଶ ସେଠି, ପୀତବାସ ପ୍ରଧାନ ପ୍ରମୁଖ ସ୍ମୃତି ଚାରଣ କରିଥିଲେ।

ଅଧିକ ପଢନ୍ତୁ