ଡିସେମ୍ବରରେ ଫେରିଯିବେ ଶେଖ ହସୀନା ? ପାସପୋର୍ଟ ପାଇଁ ଆବେଦନ କରିଛନ୍ତି ଶେଖ ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା ଏବଂ ଏହି ଘଟଣାକ୍ରମ ପରେ ତାଙ୍କୁ ଭାରତରେ ଆଶ୍ରୟ ନେବାକୁ ପଡ଼ିଥିଲା।ଏହାରି ମଧ୍ୟରେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନରେ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କରିବା ଖବର ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନାକୁ ଆହୁରି ବଢ଼ାଇଛି। ତେବେ ଏହି ଆବେଦନ ଓ ଫେରିବା ଯୋଜନା ନେଇ ଆସୁଥିବା ରିପୋର୍ଟ ମଧ୍ୟରେ ବାଂଲାଦେଶ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।ବାଂଲାଦେଶ ସରକାର ଲଗାତାର ଭାରତକୁ ହସୀନାଙ୍କୁ ଫେରାଇବାକୁ ଦାବି କରିଆସୁଛି। କିନ୍ତୁ ଭାରତ ବାଂଲାଦେଶର ସବୁ ପ୍ରସ୍ତାବକୁ ଖଶରଜ କରିଦେଇଥିଲା। ଯେଉଁଥିରେ କୁହାଯାଇଥିଲା କି, ହସୀନାଙ୍କୁ ଫେରିବାକୁ ହେଲେ ନୂଆ ଦସ୍ତାବିଜ ଆବଶ୍ୟକ।

ଅଧିକ ପଢନ୍ତୁ