ବିଶ୍ୱରେ ପୁଣି କରୋନାର ନୂଆ ଭାରିଆଣ୍ଟ,ଜାଣନ୍ତୁ କେତେ ମାରାତ୍ମକ ?

ପୁଣି ଫେରିଲା କରୋନା ଭୟ । ନୂଆ ଭାରିଆଣ୍ଟକୁ ନେଇ ବଢିଲା ଚିନ୍ତା । କୋଭିଡ୍-୧୯ର ଏକ ନୂତନ ଭାରିଆଣ୍ଟ ‘PJ.2.1 ଏବେ ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଏସିଆର କିଛି ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗତ ମେ ମାସରେ କାନାଡ଼ାର ଓଣ୍ଟାରିଓରୁ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ଏବେ ଗବେଷକ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । ତେବେ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ କି ନୁହେଁ, ସେନେଇ କୌଣସି ସ୍ପଷ୍ଟ ପ୍ରମାଣ ଏପର୍ୟ୍ୟନ୍ତ ମିଳିନାହିଁ । ପ୍ରାୟ ୨୦ ଦେଶରେ ନୂଆ ଭାରିଆଣ୍ଟ ମାଡି ମାଡ଼ି ଚାଲିଛି । ମାନବ କୋଷରେ ଏହାର ଅନୁପ୍ରବେଶ ଏବଂ ଆଣ୍ଟିବଡି ପ୍ରତି ଏହାର ପ୍ରତିକ୍ରିୟାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି । ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ସାଧାରଣ ଫ୍ଲୁ ଭଳି ଜ୍ୱର, କାଶ, ଗଳା ଦରଜ, ନାକରୁ ପାଣି ବୋହିବା, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, କରୋନା ଏବଂ ଫ୍ଲୁର ଲକ୍ଷଣ ପ୍ରାୟତଃ ସମାନ ଥିବାରୁ କେବଳ ଲକ୍ଷଣ ଦେଖି ରୋଗ ଚିହ୍ନଟ କରିବା ସମ୍ଭବ ନୁହେଁ । ତେଣୁ ଉପଯୁକ୍ତ ଡାକ୍ତରୀ ପରୀକ୍ଷା ଓ ଜିନୋମ୍ ସିକ୍ୱେନ୍ସିଂ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଲୋକଙ୍କୁ ସତର୍କ ରହିବା ସହ ସମୟୋଚିତ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦିଆଯାଇଛି

ଅଧିକ ପଢନ୍ତୁ