ଏନ୍‌ଭିଡିଆ ସିଇଓ ପଦରୁ ଇସ୍ତଫା ଦେଲେ ଜେନସେନ୍ ହୁଆଙ୍ଗ

ବିବାଦ ପରେ ପଦ ଛାଡ଼ିଲେ ଜେନସନ୍ ହୁଆଙ୍ଗ। ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି ତଥା ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ବା ସିଇଓ ଜେନସନ୍ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର କମ୍ପାନୀର ନିର୍ଦ୍ଦେଶକମଣ୍ଡଳୀ ଏହା ଘୋଷଣା କରିଛି। ମୁଖ୍ୟ ଆର୍ଥିକ ଅଧିକାରୀ କୋଲେଟ୍ କ୍ରେସଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି।ହୁଆଙ୍ଗଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ବିବାଦ ମଧ୍ୟରେ ଏହି ଇସ୍ତଫା ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଜଣେ ଚୀନ୍ ବ୍ୟବସାୟୀ ମହିଳାଙ୍କ ସହ ହୁଆଙ୍ଗଙ୍କ ସମ୍ପର୍କ ରହିଥିଲା। ସମ୍ପୃକ୍ତ ମହିଳା ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି। ତେବେ ଚୀନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ରବିବାର ହୁଆଙ୍ଗ ନିଜ ବିବାହ ବାହାରେ ଏକ ସମ୍ପର୍କ ରହିଥିବା ସ୍ୱୀକାର କରିଥିଲେ। ଏଥିପାଇଁ ସେ ପରିବାର ଓ ସହକର୍ମୀଙ୍କ ନିକଟରେ କ୍ଷମା ମଧ୍ୟ ମାଗିଥିଲେ। ଅନ୍ୟପଟେ କମ୍ପାନୀର ଜଣେ ମହିଳା ଅଧିକାରୀଙ୍କ ସହ ତାଙ୍କର ଆଉ ଏକ ସମ୍ପର୍କ ଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ଏନଭିଡିଆର ସହ-ପ୍ରତିଷ୍ଠାତା ଥିବା ଜେନସନଙ୍କ କମ୍ପାନିରେ ପ୍ରାୟ ୩.୬୧ ପ୍ରତିଶତ ଅଂଶଧନ ରହିଛି ଏବଂ ସେ ଏହାର ଚତୁର୍ଥ ବୃହତ୍ତମ ନିବେଶକ ଅଟନ୍ତି। ଇସ୍ତଫା ପରେ କମ୍ପାନିର ବୋର୍ଡରୁ ମଧ୍ୟ ଓହରିଯାଇଛନ୍ତି ଜେନସନ୍।

ଅଧିକ ପଢନ୍ତୁ