‘ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ’: ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର

ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର । ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ । ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଣତନ୍ତ୍ର, ବିଧାନସଭାର ମର୍ଯ୍ୟାଦା ଓ ବିକଶିତ ଓଡ଼ିଶା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ।ବିଧାୟକଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଉପରାଷ୍ଟ୍ରପତି ଅଭିଭାଷଣ କହିଥିଲେ, ଆପଣ ନିଜ ନିର୍ବାଚନ ମଣ୍ଡଳୀର ବିଶ୍ବାସ ଭାଜନ ହୋଇଛନ୍ତି । ବିଶ୍ବାସ ସହିତ ଦାୟିତ୍ଵ ଆସେ । ନୂଆ ଓ ଅଭିଜ୍ଞ ବିଧାୟକ ସାଂସଦ ମାନେ ଅଛନ୍ତି । ତାମିଲନାଡୁରେ କାମରାଜଙ୍କୁ ବିଜୁ ପଟ୍ଟନାୟକ କୁହଯାଏ । ବିଜୁଙ୍କୁ କାମରାଜ କହି ତୁଳନା କରିଛନ୍ତି ଉପରାଷ୍ଟ୍ରପତି । ସୁବାସ ବୋଷ, ବିଜୁ ପଟ୍ଟନାୟକ, ରବି ରାୟଙ୍କୁ ମନେ ପକାଇଲେ ଉପରାଷ୍ଟ୍ରପତି ।ସମସ୍ତଙ୍କ ମତ ଭିନ୍ନ ହୋଇପାରେ, ମାତ୍ର ସମ୍ବିଧାନ ଓ ଜନସାଧାରଣଙ୍କ ପ୍ରତି ପ୍ରତିବଦ୍ଧତା ସମାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ଐତିହାସିକ ସମୟକୁ ଦୃଷ୍ଟିରେ ରଖି ରାଜ୍ୟର ସାମଗ୍ରିକ ବିକାଶ, ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି ଏବଂ ପ୍ରତ୍ୟେକ ଗାଁ ଓ ପରିବାର ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଛନ୍ତି।ସେହିପରି ବିଧାୟକମାନେ ପ୍ରଶ୍ନକାଳ, ଶୂନ୍ୟକାଳ, ବଜେଟ୍ ପ୍ରକ୍ରିୟା, ବିଧାନସଭା କମିଟି ଓ ଗୃହ ପରିଚାଳନା ନିୟମ ସମ୍ପର୍କରେ ଭଲଭାବେ ଅବଗତ ହେବା ଆବଶ୍ୟକ ବୋଲି କହିବା ସହ ବିଧାନସଭା କାର୍ଯ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ୍ ବ୍ୟବସ୍ଥାର ବ୍ୟବହାରକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ବର୍ଜନ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଗୃହରେ ମତଭେଦ ଓ ଗଠନମୂଳକ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିରୋଧୀ ଦଳଙ୍କ ଅନୁପସ୍ଥିତି ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଉଲ୍ଲେଖନୀୟ ଘଟଣା ହୋଇଛି।

ଅଧିକ ପଢନ୍ତୁ