ପୁଣି ବଢ଼ିଲା ରାଜା ଚକ୍ରର ଅଡ଼ୁଆ ! ୩ ଦିନିଆ ରିମାଣ୍ଡରେ ନେଲା EOW

ଅଡ଼ୁଆରେ ପୁଣି ରାଜା ଚକ୍ର। ତିନି ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ବାଲେଶ୍ୱର ଜେଲରୁ ତାଙ୍କୁ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ ଟିମ୍। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ଅଭିଯୋଗ ସଂପର୍କିତ ନୂଆ ମାମଲାରେ ତଦନ୍ତ କରିବ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ବାଲେଶ୍ୱର ଜେଲରେ ଥିଲେ ରାଜା। ଏବେ ଆଉ ଜଣେ ମହିଳାଙ୍କ ଅଭିଯୋଗ ପରେ ନୂଆ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେଇଛି ଇଓଡବ୍ଲୁ। ଆଗାମୀ ୩ ଦିନ ଧରି ରିମାଣ୍ଡରେ ନେଇ ତାକୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍। ଏହି ସମୟରେ ବେଆଇନ କ୍ରସର ୟୁନିଟ୍ ଜବରଦଖଲ ପଛର ରହସ୍ୟ ଏବଂ ସମ୍ପୃକ୍ତ ଆର୍ଥିକ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଖୋଳତାଡ଼ କରିବ EOW।

ଅଧିକ ପଢନ୍ତୁ