ବାତ୍ୟା ମୁକାବିଲା ପାଇଁ ଦୂରସଞ୍ଚାର ବିଭାଗର ବଡ଼ ପଦକ୍ଷେପ, ୬ ଜିଲ୍ଲାରେ ICR ଆକ୍ଟିଭ

ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକଭାନ’  । ଗତ ୬ ଘଣ୍ଟାରେ ୧୩ କିମି ବେଗରେ ଗତି କରି ‘ଅକଭାନ’ ଗୋପାଳପୁରର ଦକ୍ଷିଣକୁ ୩୫୦ କିମି ଦୂରରେ ରହିଥିବା ବେଳେ, ପୁରୀର ୪୨୦ କିମି ଦୂରରେ ରହିଛି । ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଓଡ଼ିଶାର ୬ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ୍ ରୋମିଂ ବା ICR ସୁବିଧା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ବାତ୍ୟା ସମୟରେ ଗୋଟିଏ କମ୍ପାନୀର ମୋବାଇଲ୍ ନେଟୱର୍କ ଅଚଳ ହେଲେ ଗ୍ରାହକ ଅନ୍ୟ କମ୍ପାନୀର ଉପଲବ୍ଧ ନେଟୱର୍କ ବ୍ୟବହାର କରିପାରିବେ। ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।ଏଥିପାଇଁ ଏୟାରଟେଲ୍, ବିଏସଏନଏଲ୍, ରିଲାଏନ୍ସ ଜିଓ ଓ ଭୋଡାଫୋନ୍-ଆଇଡିଆକୁ ନିର୍ଦ୍ଦେଶ ଦେଇଛି ଦୂରସଞ୍ଚାର ବିଭାଗ । ନଭେମ୍ବର ୧୯ ତାରିଖ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡରୁ ନଭେମ୍ବର ୨୦ ତାରିଖ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ। ତେବେ ଏହା ପୂର୍ବରୁ ନୂଆ ନିର୍ଦ୍ଦେଶ ଆସିଲେ ସେହି ଅନୁସାରେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ।

ଅଧିକ ପଢନ୍ତୁ