ଭୁବନେଶ୍ୱର ପଥରଗାଡିଆ ରାସ୍ତାରେ ପୋଡି ହୋଇଥିବା ଯୁବତୀ ଆଖି ବୁଜିଲେ 

ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ଯୁବତୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଯୁବତୀ । ମୃତ ଯୁବତୀ ଜଣକ ଯାଜପୁର ବଡଚଣା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗତକିଛି ଦିନ ତଳେ ଭୁବନେଶ୍ୱର ପଥରଗାଡିଆ ରାସ୍ତାରେ ପୋଡି ହୋଇ ସେ ଗୁରୁତର ହୋଇଥିଲେ । ଇନଫୋସିଟି ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ଯୁବତୀଙ୍କ ଶରୀର ପାଖାପାଖି ୯୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି । ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଅଟକ ରହିଥିଲେ । ତେବେ ଯୁବତୀ ଜଣକ କାହିଁକି ନିଜ ଦେହରେ ନିଆଁ ଲଗାଇଲେ ଏନେଇ ତଦନ୍ତ ଜାରି ରହିଛି ।

ଅଧିକ ପଢନ୍ତୁ