ଡିସେମ୍ବର ୧୪ରୁ ୨୧ ୟୁଜିସି ନେଟ୍ ପରୀକ୍ଷା

ଆସନ୍ତା ଡିସେମ୍ବର ୧୪ରୁ ୨୧ ତାରିଖ ମଧ୍ୟରେ ୟୁଜିସି ନେଟ୍ ପରୀକ୍ଷା ଆରମ୍ଭ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ । ଦ୍ୱିତୀୟ ସିଫ୍ଟଟି ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ହେବ । ପରୀକ୍ଷା ଆରମ୍ଭର ୨୧ ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ର ସହର ସଂପର୍କିତ ଇଣ୍ଟିମେସନ୍ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । NTA ସରକାରୀ ୱେବସାଇଟ ugcnet.nta.nic.in ରେ PDF ଫର୍ମାଟରେ NTA UGC NET ପରୀକ୍ଷା ତାରିଖ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ସେମାନଙ୍କର ବିଷୟ କୋଡ୍, ପରୀକ୍ଷା ତାରିଖ ଏବଂ ନୋଟିସର ଯାଞ୍ଚ କରିପାରିବେ।

ଅଧିକ ପଢନ୍ତୁ