ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ।

ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ୍ ଅଫ୍ ସିଲାବସ୍ ନୁହେଁ ବରଂ ଚଏସ୍ ଡେଫିସିଟ୍ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ ।ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ ଡେଫିସିଟ ସମସ୍ୟା ରହିଛି । ପିଲାଙ୍କୁ ୧୯ ମାର୍କର ଗ୍ରେସ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ।

କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରି ନ ଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକସ୍ପଷ୍ଟ କରିଛନ୍ତି । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରାଯାଇଛି।ସେପଟେ ଆସନ୍ତା ମାର୍ଚ୍ଚ ୨୨ ରୁ ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ ମୂଲ୍ୟାୟନ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ । ସେହିଭଳି ଏପ୍ରିଲ ୪ରୁ ଏପ୍ରିଲ ୧୫ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ । ସ୍ପଷ୍ଟ କରିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ।

ଅଧିକ ପଢନ୍ତୁ