ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

ଆଜି ବଡ଼ ଓଷା । ସବୁ ପ୍ରତୀକ୍ଷାର ଶେଷ । ହରି ହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ମହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ପାଳିଆ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ଗଜଭୋଗ ଏବଂ ତରଣ ବାବାଙ୍କ ପାଖରେ ଲାଗି ହେବା ପରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରାଯାଇଛି ।ଗତ ଏକ ମାସ ଧରି ଗଜଭୋଗ ପାଇଁ ସେବାୟତ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଜାତିଆ ଧାନର ଚାଉଳ ସଂଗ୍ରହ ଠାରୁ ଆରମ୍ଭ କରି ଗଜ ମଣ୍ଡାର ପୁର ପାଇଁ ଆବଶ୍ୟକ ମୁଗ, ଗୁଡ଼, ନଡ଼ିଆ,କପୁର ଆଦି ସୁଦ୍ଧପୂତ ଭାବରେ ରଖାଯାଇଥାଏ, ଚୁନା କୁଟିବା ଠାରୁ ଆରମ୍ଭ କରି ଗଜଭୋଗ ଓ ତରଣ ପ୍ରସ୍ତୁତ ହୋଇ ଲାଗି ହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ସେବାୟତଙ୍କ ପରିବାର ନିଷ୍ଠାର ସହିତ ଏହାକୁ ପାଳନ କରିଥାନ୍ତି ।

ଅଧିକ ପଢନ୍ତୁ