ରାୟଗଡ଼ା ତା ୨୩/୧୧ (ନିପ୍ର) ସ୍ବାଧିନତାର ୮ଦଶନ୍ଦି ପରେ ମଧ୍ଯ ଲୋକେ ମୈଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କୁ ନେଇ ଲୋକେ ଜୀବନ ସହ ସଂଗ୍ରାମ କରୁଛନ୍ତି। ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହେବା ପରେ କୈଣସି ସୁଫଳ ନମିଳିବାରୁ ଆଜି ଗ୍ରାମବାସୀ ଗଣତାନ୍ତ୍ରିକ ପଦଯାତ୍ରା ଓ ତିନିଦିନିଆ ଅହିଂସା ସତ୍ଯାଗ୍ରହ ଆରମ୍ଭ କରିଛନ୍ତି ରାୟଗଡା ସଦର ବ୍ଲକ ବାଇସିଂ ପଞ୍ଚାୟତଧ ପୂଜାରୀବମ୍ବୁ ଗ୍ରାମବାସୀ।। ପକ୍କା ରାସ୍ତା ନଥିବା ଯୋଗୁଁ ଭରା ନାଗାବଳୀ ନଦୀ ପାର କରି ରୋଗିଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତର ଖବର ବାଜିବା ପରେ ଗାଁରେ ପ୍ରଶାସନ ପହଞ୍ଚିଥିଲା। ହେଲେ ରାସ୍ତା ନିର୍ମାଣ ପାଇଁ କୈଣସି ଲିଖିତ ପ୍ରତିଶ୍ରୃତି ନମିଳିବାରୁ ଆଜି ଗ୍ରାମର ଆବାଳବୃଦ୍ଧବନିତା ୬କିଲୋମିଟର ଚାଲିଚାଲି ପଦଯାତ୍ରା ଆରମ୍ଭ କରିଛନ୍ତି। ଆଉ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଅହିଂସା ସତ୍ଯାଗ୍ରହ ଆରମ୍ଭ କରିବେ। ପ୍ରଶାସନ ତୁରନ୍ତ ଏମାନଙ୍କ ଦୁଃଖ ନବୁଝିଲେ ଇଛାମୃତ୍ଯୁ ପାଇଁ ମହାମହିମ ରାଷ୍ଟ୍ରପତି ଙ୍କୁ ଆବେଦନ କରିବେ ବୋଲି ଗ୍ରାମବାସି କହିଛନ୍ତି। ତେବେ ଗ୍ରାମବାସୀ ଙ୍କ ଅହିଂସା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଆଗରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି। ବର୍ତ୍ତମାନ ସୁଦ୍ଧା କୈଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିନଥିବା ବେଳେ ତୁରନ୍ତ ଗ୍ରାମର ସମସ୍ଯାର ସମାଧାନ କରାଯାଉ ବୋଲି ଲୋକେ ଦାବି କରିଛନ୍ତି।
