ପୁଣି ପୁରୀ ସମୁଦ୍ରରେ ଅଘଟଣ । କାର୍ତ୍ତିକ ପୂର୍ଣ୍ଣିମାରେ ସମୁଦ୍ରରେ ସ୍ନାନ କରୁଥିବାବେଳେ ବୁଡ଼ିଗଲେ ଜଣେ ନାବାଳକ ଓ ଯୁବକ। ପୁରୀ ସମୁଦ୍ର କୂଳ ହୋଟେଲ୍ ଶୁଭ ପ୍ୟାଲେସ ସମ୍ମୁଖ ସେକ୍ଟର ୧୪ରେ ଏହି ଅଘଟଣ ଘଟିଛି ।ସମୁଦ୍ରରେ ସ୍ନାନ କରୁଥିବାବେଳେ ହଠାତ୍ ବଡ଼ ଢେଉ ଆସିବାରୁ ଦୁହେଁ ଭାସି ଯାଇଥିଲେ । ଗଭୀର ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଇଥିଲେ। କୂଳରେ ଥିବା ଲୋକେ ଚିତ୍କାର କରିବାରୁ ତୁରନ୍ତ ଲାଇଫ୍ ଗାର୍ଡ଼ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସମୁଦ୍ର ଭିତରକୁ ଯାଇଥିଲେ। କିଛି ସମୟ ଭିତରେ ଉଭୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ଉଦ୍ଧାର ପରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟ ସୁସ୍ଥ ଅଛନ୍ତି।କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରରୁ ପୁରୀ ଆସିଥିଲେ ଆକାଶ ସିଂ ଓ ପ୍ରତାପ ସିଂ।
