କାଫେରେ ରାତିଅଧିଆ ପାର୍ଟି ପରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ନୂଆଦିଲ୍ଲୀର ଏକ କାଫେରେ ରାତିଅଧିଆ ପାର୍ଟି ପରେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ଏହି ଘଟଣାରେ ମୋଟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ପୋଲିସର ସୂଚନା ଅନୁସାରେ, ପୀଡ଼ିତା ଏବଂ ଅଭିଯୁକ୍ତମାନେ ଦିଲ୍ଲୀର କ୍ରସ୍ ରିଭର ମଲ କାଫେ ୮ରେ କାମ କରୁଥିଲେ। ସୋମବାର ରାତିରେ ୮ ଜଣ ସହକର୍ମୀ ପ୍ରୀତ ବିହାରର ସଲ୍ତାନେଟ୍ କାଫେରେ ପାର୍ଟି କରିବାକୁ ଏକାଠି ହୋଇଥିଲେ। ସାଧାରଣତଃ ରାତି ୧୧ଟା ୩୦ରେ ବନ୍ଦ ହେଉଥିବା କାଫେଟି ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ପୁଣି ଖୋଲାଯାଇଥିଲା। ଏହାପରେ ସମସ୍ତେ ସେଠାରେ ମଦ୍ୟପାନ ସହ ପାର୍ଟି କରିଥିଲେ।ରାତି ପ୍ରାୟ ୩ଟା ୩୦ରେ ସମସ୍ତେ କାଫେରୁ ବାହାରିଥିଲେ। ଏହାର କିଛି ସମୟ ପରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏଥିରେ ଅନ୍ୟ ସହକର୍ମୀମାନେ ମଧ୍ୟ ସହଯୋଗ କରିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। କାଫେର ସିସିଟିଭି ଫୁଟେଜ୍‌ ଏବଂ ଅନ୍ୟ ପ୍ରମାଣ ଯାଞ୍ଚ କରାଯାଉଛି। ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ