ପୁଏର୍ଟୋ ରିକୋର ଜେନିଫର ବାରେଟୋ ହେଲେ ମିସ୍ ୟୁନିଭର୍ସ ୨୦୨୬ । ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଜେନିଫର ନିଜର ଚମତ୍କାର ପ୍ରଦର୍ଶନ ବଳରେ ବିଜୟୀ ହୋଇଛନ୍ତି । ୨୦ ବର୍ଷ ପରେ ପୁଏର୍ଟା ରିକୋକୁ ଫେରିଲା ଟାଇଟଲ୍। ଜେନିଫରଙ୍କୁ ମିସ୍ ୟୁନିଭର୍ସ କ୍ରାଉନ ପିନ୍ଧାଇଲେ ମେକ୍ସିକୋର ଫାତିମା ବସ୍। ଡୋମିନିକାର ମେଲିସା ନୁନେଜ ପ୍ରଥମ ରନର ଅପ୍। ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ବିତୀୟ ରନର ଅପ୍ ହୋଇଛନ୍ତି। ଭାରତର କାଜିଆ ଲିଜ୍ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ ପଡ଼ିଲେ।ଜେନିଫର ଏହି ଟାଇଟଲ ଜିତିଥିବା ପ୍ରଥମ ବିବାହିତ ମହିଳା ଏବଂ ମାଆ। ସେ ଫେବୃଆରୀ ୨୦୨୬ ରେ ପ୍ରଥମ ଥର ପାଇଁ ରନୱେରେ ଚାଲିଥିଲେ। ଜୁନରେ ମିସ୍ ୟୁନିଭର୍ସ ପୁଏର୍ଟୋ ରିକୋ ଟାଇଟଲ ଜିତିବା ପରେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ସେ ୩୦ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଛନ୍ତି। ଜେନିଫର ଭାରତୀୟ ଡିଜାଇନରଙ୍କ ଦ୍ୱାରା କାରୁକାର୍ଯ୍ୟରେ ସଜ୍ଜିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧିଥିଲେ।
ତାଙ୍କ ବିଜୟ ସହିତ, ପୁଏର୍ଟୋ ରିକୋ ଷଷ୍ଠ ଥର ପାଇଁ ମୁକୁଟ ଜିତିଛନ୍ତି। ଜେନିଫର ମନୋବିଜ୍ଞାନ ଏବଂ କ୍ଲିନିକାଲ୍ ସୋସିଆଲ୍ ୱାର୍କରେ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ଆମେରିକୀୟ ସେନା ବିଭାଗରେ ଜଣେ ପ୍ରିଭେନସନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ମଡେଲିଂରେ କୌଣସି ପୂର୍ବ ଅଭିଜ୍ଞତା ନଥାଇ ମଧ୍ୟ ଏହି ସଫଳତା ପାଇଛନ୍ତି ।
