ପାରାଦୀପ ଉପକୂଳବର୍ତ୍ତୀ ଅଞ୍ଚଳ ନିକଟରୁ ନିଖୋଜ ଆନ୍ଧ୍ର ପ୍ରଦେଶର 7 ମତ୍ସ୍ୟଜୀବୀ । କାକିନାଡା ଜିଲ୍ଲାରୁ ମାଛ ଧରିବା ପାଇଁ ବାହାରିଥିବା 7 ମତ୍ସଜୀବୀଙ୍କ ଦୀର୍ଘ 10 ଦିନ ହେଲାଣି ପତ୍ତା ମିଳୁନାହିଁ । ନିଖୋଜ ମତ୍ସଜୀବୀ ହେଲେ ଗିରିକନା ସିମହାଦ୍ରି, ଗାମପଲା ପ୍ରକାଶ, ସୁରଦା ଚିନ୍, ମରୁଗୁ ନାରାୟଣ, ଥିରି ନାରାୟଣ, କନ୍ଦଲା ରାମବାବୁ ଓ ସୁରଦା କେନ୍ଦଲା ରାଓ । ସମସ୍ତ ମତ୍ସଜୀବୀ ପିଠାପୁରମ ନିର୍ବାଚନମଣ୍ଡଳୀର ସୁବମପେଟାର ହୋଇଥିବା ଜଣାପଡିଛି। ଗତ ନଭେମ୍ବର 10ରେ ସେମାନେ ମାଛ ମାରିବା ପାଇଁ ବାହାରିଥିଲେ । କିନ୍ତୁ ପାରାଦୀପ ତଟରେ ପହଞ୍ଚିବା ପରେ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଗତ ନଭେମ୍ବର 14ରେ ଶେଷଥର ପାଇଁ ସେମାନେ ପରିବାର ସହ କଥା ହୋଇଥିଲେ ।ଅଭିଯୋଗ ମିଳିବା ପରେ କାକିନାଡା, ଚେନ୍ନାଇ ଓ ଓଡିଶା ତଟରକ୍ଷୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କାକିନାଡା ଜିଲ୍ଲା ମତ୍ସ୍ୟଜୀବୀ ବିଭାଗ ସର୍ଚ୍ଚ ଅପରେସନରେ ଭାରତୀୟ ତଟରକ୍ଷୀର ସହାୟତା ପାଇଁ ଚିଠି ଲେଖିଛନ୍ତି ।ଜାହାଜ ଓ ହେଲିକପ୍ଟରର ବ୍ୟବହାର କରି ପାରାଦୀପ ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ସେପଟେ ଜିପିଏସ ଆଧାରରେ ମଧ୍ୟ ନିଖୋଜ ଡଙ୍ଗାର ସନ୍ଧାନ ମିଳୁନାହିଁ । ନିଖୋଜ ମତ୍ସ୍ୟଜୀବୀମାନେ ବାତ୍ୟା ଅକଭାନ ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ପରିବାର ସଦସ୍ୟ ସନ୍ଦେହ କରୁଛନ୍ତି ।
