ନନ୍ଦନକାନନରେ ଆଖି ବୁଜିଲା ମହାବଳ ‘ସେଫ୍’,

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଏକ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ୩୧- ଡି ଖୁଆଡ଼ରେ ରହୁଥିବା ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ “ସେଫ୍‌’ର ପ୍ରାୟ ୧୬ ବର୍ଷ ବୟସରେ ମୃତ୍ୟୁ ଘଟିଛି ।ସେଫ୍’ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲା । ଗତ ସେପ୍ଟେମ୍ବର ୧୮ରୁ ଖାଦ୍ୟ ଗ୍ରହଣ ଧିରେ ଧିରେ କମାଇ ଦେଇଥିଲା ।ତା’ଠାରେ ଯକୃତ ସମସ୍ୟା ମଧ୍ୟ ଦେଖାଦେଇଥିଲା । ପ୍ରାଣୀଉଦ୍ୟାନର ବରିଷ୍ଠ ପଶୁ ଚିକିତ୍ସକଙ୍କ ଟିମ ଏବଂ ଓୟୁଏଟିର ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତା’ର ଚିକିତ୍ସା କରାଯାଉଥିଲା । ଶେଷରେ ଗତକାଲି ଆଖି ବୁଜିଛି ସେଫ୍ । ‘ସେଫ୍’ ୨୦୧୬ ମସିହାରେ ୬ ବର୍ଷ ବୟସରେ ହାଇଦ୍ରାବାଦରୁ ନନ୍ଦନକାନନ ଆସିଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧିରେ ମଧ୍ଯ ସେଫ୍ ର ଉଲ୍ଲେଖନୀୟ ଅବଦାନ ରହିଥିଲା ।ସେଫ୍ ସହ ୩ଟି ବାଘୁଣୀ ବିଜୟା, ଅଙ୍କିତା ଏବଂ ସ୍ନେହା ସହ ୪ ଥର ମିଳନରେ ୮ଟି ବାଘ ଶାବକ ଜନ୍ମ ହୋଇଥିଲେ । ସେଫ୍ ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି ।

ଅଧିକ ପଢନ୍ତୁ