ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ହାଜର ହୋଇଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ଇଡି । ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବୃୟାରୀ ୧୭ ତାରିଖରେ ନୋଟିସ କରିଥିଲା।
ସ୍ବାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା।ପୂର୍ବରୁ ପ୍ରଫୁଲ୍ଲଙ୍କ ବାସଭବନରେ ଚଢଉ କରିଥିଲା ଇଡ଼ି ।ଭଦ୍ରକ ବରପଦା ଇଞ୍ଜିନିୟରିଂ ଜମି ଦୁର୍ନୀତି ଘଟଣା । ସମନ ପରେ ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ନେଇ ହୋଇଥିଲା ଅଭିଯୋଗ । ପୂର୍ବରୁ ରୁ ଭଦ୍ରକ ଓ ଭୁବନେଶ୍ୱରରେ ରେଡ କରିଥିଲା ଇଡି । ଏପିରିକି ୧୦ଟି ସ୍ଥାନରେ ମଧ୍ୟ ଇଡି ରେଡ୍ କରିସାରିଛି । ପ୍ରଫୁଲ ସାମଲଙ୍କ ପୁଅଙ୍କ ଘରୁ କାର ସହ ୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି ।