ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।ଯଦିଓ ରାଜ୍ୟରେ କଲରାପତରିଆଙ୍କ ସଂଖ୍ୟା ହ୍ରାସ ପାଉଛି, ମାତ୍ର ଶିମିଳିପାଳ, ସାତକୋଶିଆରେ ସଂଖ୍ୟା ବୃଦ୍ଧି ହୋଇଛି। ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଯଥାକ୍ରମେ ୮୦ ଓ ୯୧ ବାଘ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି। ଅନ୍ୟପଟେ ନୟାଗଡ଼ ଓ ଘୁମୁସର ବନଖଣ୍ଡରେ କୌଣସି ବାଘ ନଜର ଆସି ନ ଥିବା ରିପୋର୍ଟରେ ଦର୍ଶାଯାଇଛି।ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ସର୍ବାଧିକ ୩ହଜାର ୯୦୭ଟି କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ୨୦୧୮ରେ ସେଠାରେ ୩ ହଜାର ୪୨୧ଟି ବାଘ ଥିଲେ । ଅର୍ଥାତ୍, ୪ ବର୍ଷରେ ୪୮୬ ବାଘ ବଢ଼ାଇବାରେ ସେଠାକାର ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ତା’ ତଳକୁ ମହାରାଷ୍ଟ୍ରରେ ୧ ହଜାର ୯୮୫ଟିବାଘ ଅଛନ୍ତି ।
ସେହିଭଳି କର୍ଣ୍ଣାଟକରେ ୧୮୭୯, ତାମିଲାଡୁରେ ୧୦୭୦, ଛତିଶଗଡରେ ୭୨୨, ରାଜସ୍ଥାନରେ ୭୨୧, ଉତ୍ତରାଖଣ୍ଡରେ ୬୫୨, କେରଳରେ ୫୭୦, ଆନ୍ଧ୍ରପ୍ରଦେଶରେ ୫୬୯, ଉତ୍ତରପ୍ରଦେଶରେ ୩୭୧, ତେଲଙ୍ଗାନାରେ ୨୯୭, ଉତ୍ତର ବଙ୍ଗଳାରେ ୨୩୩, ବିହାରରେ ୮୬, ଗୋଆରେ ୭୭, ଆସାମରେ ୭୪, ଝାଡଖଣ୍ଡରେ ୫୧ ଓ ଅରୁଣାଚଳରେ ୪୨ କଲରାପତରିଆ ଅଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍ ରେଞ୍ଜ୍ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯ କଲରାପତରିଆ ବାଘ ରହିଥିବା ଜଣାପଡିଛି ।