ଶୁଭୋଜିତଙ୍କୁ  ଦିଆଗଲା ଗାର୍ଡ ଅଫ ଅନର

କମ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ସୋମବାର ଶୁଭୋଜିତଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କମିଶନରେଟ ପୁଲିସ ପକ୍ଷରୁ ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହାପରେ ସତ୍ୟନଗର ଶ୍ମଶାନରେ ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଭୁବନେଶ୍ବର କଳ୍ପନା ଅଞ୍ଚଳରେ ରହୁଥିବା ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭୋଜିତ ଓରଫ ପ୍ରେମ୍ ବିଜେଇଏମ୍‌ ସ୍କୁଲରେ ପଢୁଥିଲେ ଏବଂ ସେ ଜଣେ ଦ୍ବିତୀୟ ଶ୍ରେଣୀର ମେଧାବୀ ଛାତ୍ର ଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବାବେଳେ ଶ୍ରେଣୀ ଗୃହରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ଶୁଭୋଜିତ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପରିବାର ଲୋକଙ୍କୁ ଜଣାଇବା ସହ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ମସ୍ତିଷ୍କ ରୋଗରେ ପୀଡ଼ିତ ଥିବା ଶୁଭଜିତଙ୍କୁ ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିଥିଲେ। ଶନିବାର ବ୍ରେନ୍ ଡେଡ୍ ହେବାପରେ ପରିବାର ଲୋକ ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସୁନାପୁଅ ଶୁଭଜିତ ଶରୀରର ୮ଟି ପ୍ରମୁଖ ଅଙ୍ଗକୁ ଦାନ କରିଦେଇଛନ୍ତି ବାପାମାଆ।

ଅଧିକ ପଢନ୍ତୁ

Odisha Darpan Digital