ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶୈବପୀଠ

ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଲକ୍ଷ୍ୟରେ ରଖି ପ୍ରଶାସନ, ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ । ମହାଦୀପ ଦର୍ଶନ କଲାପରେ ଭକ୍ତଗଣ ବ୍ରତ ସମାପନ କରିବେ । ଏହା ସହିତ ଭଜନ ମଣ୍ଡପରେ ଦେଶ ତଥା ରାଜ୍ୟର ନାମୀ କଣ୍ଠଶିଳ୍ପୀମାନେ ଭଜନ ପରିବେଶଷ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ

Odisha Darpan Digital