ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଦେଶରେ ଆଜି ଠାରୁ ବିଧିବଦ୍ଧ ଭାବେ ସିଏଏ ଲାଗୁ ହୋଇଛି। ଏହାର ଅର୍ଥ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ନାଗରିକତା ଦେବେ।
ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ।