ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ ।ଦରମା ବୃଦ୍ଧି ସହ ୨ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିଲେ କର୍ମଚାରୀ । ମଙ୍ଗଳବାର ମଧ୍ୟ ମେୟରଙ୍କ ସହ ବୈଠକ କରି ଆଲୋଚନା ହୋଇଥିଲା ।

ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେବା ସହ ସେମାନଙ୍କ ଦାବି ପୂରଣ ପାଇଁ ବିଏମସି ୩ଦିନ ସମୟ ମାଗିଥିବା କହିଥିଲେ । ୩ଦିନ ମଧ୍ୟରେ ସରକାର ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ ବୋଲି କହିଥିଲେ । ୧୫ ହଜାର ଟଙ୍କା ଦରମା ଦାବି କରିଥିଲେ ସଫେଇ କର୍ମଚାରୀ ।

ଅଧିକ ପଢନ୍ତୁ