ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ଝଟ୍କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ବି ଚାଲିବ ମାମଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ମାମଲା ରହିଛି । ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
