ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ୧୫ ଯାତ୍ରୀ ଆହତ

ରାସ୍ତାରେ ଠିଆ ହୋଇଥିବା ଏକ ଟ୍ୟାଙ୍କରକୁ ଧକା ଦେଲା ଆମ ବସ୍ । ୧୫ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ, ଅଗ୍ନିଶମ ବାହିନୀ ଓ ଏନଏଚଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି। ଆହତ ଓ ଗୁରୁତରଙ୍କୁ ଟାଙ୍ଗୀ ଓ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।

ଅଧିକ ପଢନ୍ତୁ