ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଇ-କମର୍ସ କମ୍ପାନି ଆମାଜନ୍। ଏକ ରିପୋର୍ଟ ଅନୁସାରେ, ୩ ଲକ୍ଷ ୫୦ ହଜାର କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ଆମାଜନ ୧୦ ପ୍ରତିଶତଙ୍କୁ କମ୍ପାନୀରୁ ବାହାର କରିପାରେ । ଏହାଦ୍ଵାରା ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ ।ଆମାଜନ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ରୟଟର୍ସର ରିପୋର୍ଟରେ କୁହାଯାଇଛି, କୋରନା ସମୟରେ ଆମାଜନ ଆବଶ୍ୟକତା ଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲା । ଏବେ ଖର୍ଚ୍ଚ କାଟ କରିବାକୁ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଉଛି ।ତେବେ ଦେଖିବାକୁ ଗଲେ କମ୍ପାନିର କର୍ମଚାରୀଙ୍କ ତୁଳନାରେ ଏହା ଏକ କ୍ଷୁଦ୍ର ଅଂଶ। କମ୍ପାନିରେ ସର୍ବମୋଟ ୧.୫୫ ନିୟୁତ କର୍ମଚାରୀ ରହିଛନ୍ତି। ୨୦୨୨ ମସିହା ଶେଷ ପରଠାରୁ ଏହା ଆମାଜନ୍ର ସବୁଠାରୁ ବଡ଼ ଛଟେଇ ହେବ। କାରଣ ସେ ସମୟରେ କମ୍ପାନି ୨୭ ହଜାର କର୍ମଚାରୀଙ୍କର ଛଟେଇ କରିଥିଲା। ତେବେ ଆମାଜନର ଛଟେଇ ନିଷ୍ପତ୍ତି ପଛରେ କାରଣ ଆଉ କିଛି ବୋଲି ଲୋକ ଦାବି କରୁଛନ୍ତି । ଏପରିକି କୃତ୍ରିମ ବୁଦ୍ଧିମତା (AI) ପାଇଁ ଛଟେଇ ହେଉଥିବା ଆଶଙ୍କା କରାଯାଉଛି ।
ଏହି ପର୍ଯ୍ୟାୟ ପୂରା କେତେ ଜଣଙ୍କୁ ଛେଟେଇ କରାଯିବା ଠିକ୍ ଭାବେ ସ୍ପଷ୍ଟ ହୋଇନାହିଁ। କିଛି ଜଣାଶୁଣା ଲୋକ କହୁଛନ୍ତି ଯେ ଆମାଜନ୍ର ଆର୍ଥିକ ପ୍ରାଥମିକତା ବଦଳିବା ସହିତ କର୍ମଚାରୀଙ୍କ ସଂଖ୍ୟା ବି ବଦଳିବ।
