ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ ।ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ପ୍ରିଲିମିରେ ୭୧୧୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଏହି ପରୀକ୍ଷାକୁ ସିଲିକନ୍ ଟେକ୍ କରୁଥିବାରୁ ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ବଢିଥିଲା। ତେଣୁ ୧୩ରେ ହୋଇଥିବା ପରୀକ୍ଷାକୁ ପୁଣି ଆଉ ଥରେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ । ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି । ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ । ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କରାଯିବ ।
