author

ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି

ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।ମାଟିର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିଲେ ସ୍ଥାନୀୟ ବାସିନ୍ଦା । ମହାମହିମଙ୍କୁ ସ୍ୱାଗତ କରିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ ।ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ନାଚ […]

ପୁଣି କ୍ୱାଲିଟି ଚେକ୍‌ରେ ଫେଲ୍‌ ହେଲା ୨,୯୮୮ ଔଷଧ,ସେହିପରି ୨୮୨ଟି ଔଷଧ ନକଲି

୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଛି । କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ […]

କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡ଼ା। ଟଙ୍କା ବଣ୍ଡଲ ମିଳିବା ପରେ ଗୃହରେ ପ୍ରବଳ ହଙ୍ଗାମା। ରାଜ୍ୟସଭା ଅଧ୍ୟକ୍ଷ ନିଜେ ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି । ଗତକାଲି ଗୃହ ମୁଲତବି ହେବା ପରେ ଯାଞ୍ଚ କରିଥିଲେ ସୁରକ୍ଷା ଅଧିକାରୀ । ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍‌ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ […]

ପାଞ୍ଚ ବର୍ଷରେ ୧୨ ଲକ୍ଷରୁ ଉର୍ଦ୍ଧ ଯୁବକ ଯୁବତୀ ପଞ୍ଜୀକରଣ କରି ଚାକରି ଅପେକ୍ଷାରେ

ରାଜ୍ୟରେ ଉତ୍କଟ ଚାକିରି ସମସ୍ୟା । ବେକାରୀର ଚିତ୍ର ଉଦ୍‌ବେଗ ଜନକ। କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ତାଲିମ ନେଲେ ୧୮ ଲକ୍ଷ, ନିଯୁକ୍ତି ପାଇଛନ୍ତି ମାତ୍ର ୧ଲକ୍ଷ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷରେ ରାଜ୍ୟ ସରକାର ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେବଳ ୧ ଲକ୍ଷ ୫ ହଜାର ୪୪୪ […]

ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ ।

ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ । ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ । ବନ୍ଦ ହେବ ଯାତ୍ରାରେ ପରିବେଷଣ ହେଉଥିବା ଅଶ୍ଲୀଳତା ନୃତ୍ୟ । ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ ।ଏଥିପାଇଁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବ୍‌ଶୀଘ୍ର ସଂସ୍କୃତି ବିଭାଗ ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ଯାଉଛି । ଏ ବାବଦରେ କ’ଣ ପଦକ୍ଷେପ ନିଆ ଯାଇପାରିବ […]

ଆସନ୍ତାକାଲି ବିଜେପି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଡିସେମ୍ବର ୧୩ ତାରିଖ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୦ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ […]

ଏସିଏଫ ବାବୁଙ୍କ ଘରେ ଜବତ ହେଲା ୧୪ ଲକ୍ଷ

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଏସିଏଫଙ୍କ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ସମେତ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ […]

୧୦ ତାରିଖଠାରୁ ରାଜ୍ୟରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା

ଆସନ୍ତା ୭ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ-ଭାରତର ସଂଲଗ୍ନ ସମତଳ ଅଞ୍ଚଳରେ ୮ ତାରିଖରେ ରହିବ। ଏହା ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ସହ ୧୦ ତାରିଖଠାରୁ ରାଜ୍ୟରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଆଜି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଏବଂ ମାଲକାନଗିରି ଜିଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର […]

ଯୋଗ୍ୟତା ଅଷ୍ଟମ ଥାଇ ମିଳୁଛି ଡାକ୍ତରୀ ଡିଗ୍ରୀ, ପୋଲିସ ହାତରେ ଗୁୁଜରାଟର ଫେକ୍ ଡାକ୍ତରୀ ଗ୍ୟାଙ୍ଗ

୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । । ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି।ବୋର୍ଡ ଅଫ […]

ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା ।

ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା । www.bseodisha.ac.in ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ। ଜାନୁଆରୀ ୮ରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ପରୀକ୍ଷାର୍ଥୀ । ପେପର୍‌-୧ରେ […]

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ।

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏବଂ ବରଗଡ଼ର ୯ଟି ସ୍ଥାନରେ ରେଡ୍ କରାଯାଉଛି। ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଛି। ACFଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ କରାଯାଇଛି।ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ […]

ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ । ଏ ସଂପର୍କରେ ଓଡ଼ିଶା ପୋଲିସ ସିଲେକ୍ସନ୍ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ […]