ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନଜାତି ସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ।ଓଡ଼ିଶାରେ ୬୪ଟି ପ୍ରମୁଖ ଜନଜାତି ଓ ୧୩ଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରହୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ […]
କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଦେଶର ପୂର୍ବ ରାଜ୍ୟଗୁଡିକର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ଏଥିରେ ୨୪,୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତିଭୂମିକୁ ସୁଦୃଢ କରିବ। ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* ମିଥୁନ: […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ହାଇସ୍କୁଲ୍ ପରିସରରେ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ର ଜେନେରାଲ ବଡି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଏ ବି ଓ ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ବସିଥିବା ବୈଠକ ରେ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ସହ ବାର୍ଷିକ ଆୟ ବ୍ୟୟ ପଠନ କରିଥିଲେ, ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ତାଲିକା ଅନୁଯାୟୀ ବ୍ଲକ୍ କ୍ରୀଡା […]
• ବିନା ମୂଲ୍ୟରେ 127500ଟି ଜାତୀୟ ପତାକା ଲୋକଙ୍କୁ ଯୋଗାଇବା ଲକ୍ଷ୍ୟ: 8ଟି ବ୍ଲକ ସ୍ତରୀୟ ମହାସଂଘ ପତାକା ଯୋଗାଇବା ପାଇଁ ନିୟୋଜିତ • ଅଭିଯାନରେ ସାମିଲ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲା ପ୍ରଶାସନର ଆହ୍ୱାନ ଢେଙ୍କାନାଳ : ୦୯.୦୮.୨୦୨୪ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ […]
ବଲାଙ୍ଗୀର (ଜଗଦୀଶ ଭୋଇ)ବଲାଙ୍ଗୀର ଜିଲ୍ଲା ବେଲପଡା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଖେଳ ପଡିଆ ଠାରେ ଶହ ଶହ ଆଦିବାସୀ ମାନେ ଏକତ୍ରିତ ହୋଇଥିଲେ। ପରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରି ତାରିଣୀ ମନ୍ଦିର ନିକଟକୁ ଚନ୍ଦ୍ରମା ମିଳନ ମଣ୍ଡପ ପର୍ଯ୍ୟନ୍ତପହଞ୍ଚିଥିଲେ । ସେଠାରେ ଏକ ଆୟୋଜିତ ସଭାରେ ସମସ୍ତ ଆଦିବାସୀ ଦେବାଦେବୀ ଙ୍କ ସହ […]
କଟକ ଷ୍ଟେସନ ବଜାରରେ। ମୁସ୍ଲିମ୍ ସଂପ୍ରଦାୟର ହୋଇ ବି ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ଭଳି ପର୍ବରେ ସାମିଲ ହେବା ସହ ରାକ୍ଷୀ ପ୍ରସ୍ତୁତ କରି ଅନ୍ଲାଇନରେ ବିକ୍ରି କରୁଛନ୍ତି ସବିହା ସୁମ୍ବୁଲ୍। ସବିହା ପିଲା ବେଳେ ସଂପର୍କୀୟ ଭାଇମାନଙ୍କୁ ରାକ୍ଷୀ ବାନ୍ଧୁଥିଲେ। ସାହିର ଅନ୍ୟ ଝିଅମାନଙ୍କ ସହ ମିଶି ଖୁଦୁରୁକୁଣୀ ପୂଜା କରୁଥିଲେ। ଗଲା କିଛି ବର୍ଷ ହେଲା ୟୁଟ୍ୟୁବ୍ରୁ ରାକ୍ଷୀ ତିଆରି କୌଶଳ ଶିଖିବା ପରେ ସବିହା ନିଜ ସୃଜନାତ୍ମକ କଳାକୁ ପ୍ରୟୋଗ କରି ନୂଆ […]
ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ହୋଇଥିବା ଏକ ଚୋରି ଘଟଣାର ଶୁକ୍ରବାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ଚୋରି ହୋଇଥିବା ୧୦୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି।ବନ୍ଧୁ ପରିବାରରେ କେହି ନଥିବାର ସୁଯୋଗ ନେଇ ବନ୍ଧୁ କଳାକନା ବୁଲାଇଦେଲା । ଲୁଟ ପରେ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ଅନୁଯାୟୀ ଗତ ୫ […]
ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର […]
ବଡ଼ ମେଡିକାଲରେ ବଡ଼ ଦୁର୍ଘଟଣା, ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏସସିବିରେ ଭାଙ୍ଗିପଡ଼ିଲା କ୍ରେନ୍ । ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି। ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି। ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି।କଟକସ୍ଥିତ […]
୨୦୨୪ ସାଧାରଣ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍, ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ୫ କୋଟିର ବ୍ୟବଧାନ ରହିଛ। ୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତା। ଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତା। ଫଳରେ ଭାଜପା କେନ୍ଦ୍ରରେ ସରକାର କରିପାରିନଥାଆନ୍ତା। ଖାସ କରି ଓଡ଼ିଶା […]
ପୁରୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦଶର୍ନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରି ଭିତରକୁ ସେବାୟତମାନେ ପାଛୋଟି ନେଇଥିଲେ। ସେପଟେ ଅପରାହ୍ନରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ପୁରୀରେ ସଙ୍ଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏଥିରେ […]
