author

ତାନ୍ତ୍ରିକ ନିଖୋଜ:ହନୁମାନ ପଇସା ଯୋଗୁଁ ଅପହରଣ।!

ହନୁମାନ ପଇସା କାରବାରରୁ ଅପହରଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ତାନ୍ତ୍ରିକ ଗଦାଧର ନିଖୋଜକୁ ୨୪ ଘଣ୍ଟା ପୂରିଲା। ନିଖୋଜ ଗଦାଧର ନିଶଙ୍କ ପତ୍ତା ମିଳୁନଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।ଗଦାଧର ଜଣେ ତାନ୍ତ୍ରିକ ହୋଇଥିବାରୁ ନିଖୋଜ ପଛରେ ହନୁମାନ ପଇସା ନଚେତ ଟଙ୍କା କାରବାର ପ୍ରମୁଖ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଶିଳ୍ପାଞ୍ଚଳ ପୁଲିସ ବାଇକ, ହେଲ୍ମେଟ, ମନିପର୍ସ, ମୋବାଇଲ ଖୋଳ, ହଳେ ଚପଲ ଜବତ କରିଛି।ରବିବାର ଖୋର୍ଦ୍ଧା […]

୮ ଫୁଟିଆ ଅଜଗର ମାଛଜାଲରେ ଧରା ପଡିଲା

କଟକ ଜିଲ୍ଲା ତିଗିରିଆ ବ୍ଲକ୍ କଣ୍ଠିପୁର ଗ୍ରାମର ଏକ ନାଳରେ ଜାଲରେ କିଛି ଲୋକ ମାଛ ଧରୁଥିବା ସମୟରେ ଗୋଟିଏ ଅଜଗର ସାପ ମାଛଜାଲରେ ପଡିଯାଇଥିଲା। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ ।ସେ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ୪ ବର୍ଷ ହୋଇଥିବା ବେଳେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ […]

ମେଡିକାଲ ଓ୍ୱାର୍ଡରେ ସାପ: ସମ୍ପର୍କୀୟଙ୍କୁ କାମୁଡିଲା, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର ମେଡିକାଲରେ ଅଘଟଣ । ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମରେ ବିଳମ୍ବିତ ରାତିରେ ଯୁବକଙ୍କୁ କାମୁଡିଦେଲା ବିଷଧର ସାପ । ଉପଖଣ୍ଡର ମୁଖ୍ୟ ମେଡ଼ିକାଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇ ବୋଲି ଜଣାପଡ଼ିଛି ।ତାଙ୍କ ବଡ଼ ମା’ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ସେ ମେଡିକାଲରେ ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମାଆଙ୍କ ଓ୍ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା […]

ରିମାଣ୍ଡରେ ଖୋଲିଲା ମଜନୁ ସତ୍ୟଜିତ ସମ୍ପର୍କରେ ଥିଲେ ଜଣେ ରହସ୍ୟମୟୀ ମହିଳା

କମିସନରେଟ ପୁଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଛି। ଆଉ ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ପାଇଛି । ସତ୍ୟଜିତ୍‌ ସମ୍ପର୍କ ରଖିଥିବା ବାହାର ରାଜ୍ୟର ମହିଳାଙ୍କୁ ଏହି ଟିମ୍‌ ଭେଟିବ। ପୀଡ଼ିତାଙ୍କ ସହ ଆଲୋଚନା କରି ଓଡ଼ିଶା ପୋଲିସ ଅଭିଯୋଗ ଗ୍ରହଣ କରିବ। କୋଲକାତା ଓ ରାୟପୁରରେ ଏକାଧିକ ଡିଭୋର୍ସିଙ୍କ ସହ ସମ୍ପର୍କ ଥିଲା। ସତ୍ୟଜିତ୍‌ ଗିରଫ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ଜଣେ […]

ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସଶକ୍ତିକରଣ ଆଲୋଚନା ଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯଅତିଥି ଭାବେ ପରିଷଦର ପୂର୍ବ କ୍ଷେତ୍ରଅଧ୍ୟକ୍ଷା  ସୁମନ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ। ଘର ପରିବାର […]

ଜ୍ୟୋତିରଂଜନ ହେଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ […]

ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା

ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଖାସ୍‌ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ […]

ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM।

ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଏହା ଖୋଲାଯିବ।ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ […]

ପଶ୍ଚିମବଙ୍ଗରୁ ଆସିଲା ୫ ଆଳୁ ଟ୍ରକ, ହେଲେ ୟୁପିରୁ ଆସିନି ଗାଡି

ଆଳୁ ଗଦିରେ ପହଞ୍ଚିଲା ୫ ଆଳୁ ଟ୍ରକ । ଭୁବନେଶ୍ୱର ଆଇଗିଣିଆ କୁବେରପୁରୀ ଆଳୁ ଗଦିରେ ପହଞ୍ଚିଛି ୫ଟି ଟ୍ରକ । ଗୁରୁବାର ସକାଳୁ ସକାଳୁ ପଶ୍ଚିମବଙ୍ଗରୁ ଆସି ଗାଡି ପହଞ୍ଚିଛି । ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।ପଶ୍ଚିମବଙ୍ଗରୁ ସଠିକ୍‌ ସମୟରେ ନଆସିବାରୁ ଆଳୁ ଟ୍ରକ ନଆସିବାରୁ ଦର ଉପରମୁହାଁ […]

ଓଡ଼ିଶାରେ ଆଉ ଖୋଲିବ ନାହିଁ ମଦ ଦୋକାନ

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ । ”ଓଡ଼ିଶାରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର […]

 ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ଲାଗିବ ରୋକ୍

ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ରୋକ୍ ଲାଗିବ । ଯାତ୍ରାରେ କାମ କରିବାକୁ ହେଲେ ମାଲିକମାନେ ପ୍ରଥମେ ଜିଲ୍ଲା […]

ଅଗଷ୍ଟ ୧୨ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।