ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ […]
ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ । ମୃତ୍ୟୁ ବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା । ଏନେଇ ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେଇ ।ଯଶୋଦା କିଛି ଦିନ ତଳେ ଚନ୍ଦକାରେ ଥିବା ସମୟରେ ଅସୁସ୍ଥ ହୋଇଥିଲା। ସେଠାରେ ଦିନକୁ ଦିନ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ୪ ତାରିଖରେ ପାଗ ଶୁଖିଲା ରହିବ। ୫ରେ ଗଞ୍ଜାମ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୬ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, […]
ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ପ୍ରସଙ୍ଗକୁ ବେଶ୍ ରାଜନୀତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏବେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ପ୍ରତିକ୍ରିୟା ରଖିବା ସହ ଖୁବଶୀଘ୍ର ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଆସିବ। ସୂଚନାରୁ ଯୋଗ, ଗତ କିଛିଦିନ ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ […]
ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଶ୍ରକ୍ଷେତ୍ର ପୁରୀ ସହ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ସୋମବାର ଅବସରରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ସାଧାରଣ ର୍ଦଶନ ପାଇଁ ଦ୍ଵାର ଫିଟା ଯାଇଥିଲା । ଶୃଙ୍ଖଳିତ ର୍ଦଶନ ନିମନ୍ତେ […]
ଆସିଲା ଶୀତ, ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଅନ୍ୟପଟେ ଅନୁଗୋଳରେ ରାତି ତାପମାତ୍ରା ୧୮.୪, କେନ୍ଦୁଝର ୧୯.୪, ସୁନ୍ଦରଗଡ […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। […]
ରାୟଗଡ଼ା/୩/୧୧ ଆଜି ରାୟଗଡା ସହର ସ୍ଥିତ ଗାୟତ୍ରୀନଗର ବରିଷ୍ଟ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଛି lଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ ଓ ରାଜୀବ ଲୋଚୋନ ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଟିତ ବୈଠକରେ ଜିଲ୍ଲାର ସାଙ୍ଗଠାନିକ ସଂଘକୁ ପୁନଃ ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସୁରେଶ ଦାସଙ୍କୁ ପୁନର୍ବାର ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଉପସଭାପତି […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା ମାତ୍ର ଉପର ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଗୋଟିଏ […]
ଆସନ୍ତା ଡିସେମ୍ବର ମାସ ୬ ତାରିଖରୁ ଷଷ୍ଠ ରାଜ୍ୟ ପୁସ୍ତକ ମହୋସ୍ଛବ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଇଡକୋ ପ୍ରଦର୍ଶନୀ ପଡିଆରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୨ ଦିନ ଧରି ଚାଲିବ । ସୂଚନା ଅନୁସାରେ, ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପୁସ୍ତକ ମେଳା ପ୍ରତ୍ୟେହ ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଏହି ପୁସ୍ତକ ମହୋତ୍ସବ ପାଇଁ ସରକାର ବିଭିନ୍ନ […]
