author

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଜରିମାନା ଲଗାଇଛି।

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦, ୦୦୦,୦୦୦,୦୦୦ ଡଲାରର ଜରିମାନା। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍‌କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍‌ର ୧୭ଟି […]

ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍

‘ମୋ ବସ୍‌’ ଧକ୍କାରେ ୨ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଘଟିଛି । ଯୁବତୀଙ୍କ ବାମ ପଟେ ଚଢିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି । ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ […]

ଆଉ ଏକ ବାତ୍ୟା ଭୟ କିନ୍ତୁ ଓଡିଶା ପ୍ରତି….

ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର ଆକଳନ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ […]

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି

ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ କରିବେ।ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ ଲିଙ୍କ୍‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ […]

‘ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିଯୋଗୁଁ ମାଛବଂଶ ଲୋପ ପାଇବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏହାବ୍ୟତୀତ […]

ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା

ଓଡ଼ିଶା ନାଟ୍ୟ ଜଗତ ପାଇଁ ଆଉ ଏକ ଖୁସି ଖବର। ରାଜ୍ୟ ରାଜଧାନୀରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ର ଆଞ୍ଚଳିକ ଶାଖା। ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି।ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅନେକ ବିଭାଗ ଥିଲେ ବି ପ୍ରଥମରୁ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢା ହେବ।ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ। ନାଟକ ଏବଂ ଅଭିନୟ କ୍ଷେତ୍ରରେ […]

ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ତରକାରି ନଦେଇ ଶିକ୍ଷୟିତ୍ରୀ କହିଲେ ଲୁଣ ଓ ଲଙ୍କା ଲଗାଇ ଖାଅ

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ କେବଳ ଲୁଣ, ଲଙ୍କା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ |ସୂଚନା ମୁତବକ ଦୀର୍ଘ ଦୁଇବର୍ଷ ହେବ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେତେବେଳେ ବିସ୍କୁଟତ କେତେବେଳେ ମଧ୍ୟାହ୍ନ ଭୋଜନ ରୁ ଅଣ୍ଡା ଗାଏବ। ତେବେ ପିଲା ମାନଙ୍କୁ ଖାଲି ଭାତ ଖାଇବାକୁ ଦିଆଯିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏମିତି ପିଲାଙ୍କୁ ବିଭିନ୍ନ […]

ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର ୧୧ତାରିଖ (ସୋମବାର) ଦିନ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ ।

ଆଜିର ରାଶିଫଳ(୨ ନଭେମ୍ବର, ୨୦୨୪)

ମେଷ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]

ଅଗ୍ନିଶ୍ରମ ବିଭାଗକୁ ଆସିଲା ଅଗ୍ନିଶମ ବିଭାଗର ବାଇକ

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ଅଗ୍ନିଶ୍ରମ ବିଭାଗକୁ ଆସିଛି ଅଗ୍ନିଶମ ବିଭାଗର ନୂଆ ବାଇକ । ସାଇରନ ଠାରୁ ଆରମ୍ଭ କରି ପାଣି ସିଞ୍ଚନ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ତେବେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କଣ ରହିଛି ଆସନ୍ତୁ ଜାଣିବା ।ବାଇକରେ ପାଣି ରହିବା ପାଇଁ ଏମିତି ବ୍ୟବସ୍ଥା ହୋଇଛି ଯେ ଆଉ ୪ ଚକିଆ ଅଗ୍ନିଶମ ବିଭାଗ ଗାଡ଼ିର ଆବଶ୍ୟକତା ହେବ ନାହିଁ । ଏହି ଗାଡ଼ିରେ ସାଇରନ୍ ବାଜିବା ଠାରୁ ଆରମ୍ଭ […]

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ ।

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଅର୍ଥାତ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା । ଏହି ନିୟମକୁ ରେଳବାଇ ଗତ ମାସରେ ପରିବର୍ତ୍ତନ […]