author

ରଣବୀର କପୁରଙ୍କ ସହ କାମ କରିବାକୁ ମୋର ଇଛା

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶେହନାଜ ଗିଲ । ବଲିଉଡର ସୁନ୍ଦର ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ବି ଜଣେ । ବିଗ୍ ବସ୍ ୧୩ ଶେହନାଜଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା ।ଚଳିତବର୍ଷ ସଲ୍‌ମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଜରିଆରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ଏଥିରେ ତାଙ୍କୁ ଦର୍ଶକଙ୍କଠାରୁ ବେଶ୍‌ ଭଲପାଇବା ମିଳିଥିଲା। ଶେହନାଜ ସଲ୍‌ମାନଙ୍କ ସହ କାମ କରିବା ପରେ ଏବେ ଅଭିନେତା ରଣବୀର କପୁରଙ୍କ […]

ରାମ ଗୋପାଲଙ୍କ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ରାମ ଗୋପାଳ ବର୍ମା ତାଙ୍କ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ପୁଣି ଥରେ ବିବାଦରେ ଫସିଛନ୍ତି ରାମ ଗୋପାଳ। ଫିଲ୍ମ ‘ବ୍ୟୁହମ୍’ବହୁ ଦିନ ଧରି ବିବାଦରେ ରହିଥିଲା । ଏହି ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିବାଦ କାରଣରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ତେଲେଙ୍ଗାନ ହାଇକୋର୍ଟ ଫିଲ୍ମ ‘ବ୍ୟୁହମ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଫିଲ୍ମ ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା । […]

ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ

ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ବିଶ୍ୱରେ ନବବର୍ଷ ଉତ୍ସବ ପାଳନ କରିବାରେ ଅକଲ୍ୟାଣ୍ଡ ବିଶ୍ୱର ପ୍ରଥମ ସହର। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର ଭଲ ସ୍ମୃତିକୁ ସମ୍ମାନ କରିବାକୁ ଏବଂ ଏକ ନୂତନ ବର୍ଷକୁ ସ୍ବାଗତ କରିବାକୁ ଖରାପ ସ୍ମୃତି ଭୁଲିଯିବାକୁ ଆଗ୍ରହୀ। ନୂଆ ବର୍ଷକୁ ସ୍ବାଗତ […]

ଓ.ଏସ.ଇ.ଏଫ.ଡ଼ି ନୟାଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ସଦର ସ୍ଥିତ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୪୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ […]

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

କଟକ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ […]

ଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ, ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ […]

ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନଗଡ଼ିଲେ ଆନ୍ଦୋଳନ

ନୟାଗଡ଼,(ଓଡିଶା ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଉଦଘାଟନ ହେଉ ନଥିବାରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାକୁ ରେଳବିଭାଗ ପକ୍ଷରୁ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବିଭାଗ […]

ପଦାରେ ପଡ଼ିଲା ଆୟୁଷ ଡାକ୍ତରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ

ଭୁବନେଶ୍ୱର,(ଓଡିଶା ଦର୍ପଣ): ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି । […]

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ସହ ୭ଟିକୁ ମିଳିଲା GI ଟ୍ୟାଗ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶାକୁ ମିଳିଲା ୭ଟି ଜିଆଇ ଟ୍ୟାଗ୍ । ନୟାଗଡ଼ର କଣ୍ଟିଲୋ ଅଞ୍ଚଳର ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଛି l ଲାଞ୍ଜିଆ ସଉରାଙ୍କ ଖଜୁରୀ ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ । ଗଜପତି ଓ ରାୟଗଡ଼ାର ଲାଞ୍ଜିଆ ସଉରା ପ୍ରସ୍ତୁତ କରନ୍ତି ଏହି ଖଜୁରୀ ଗୁଡ଼ । ସେହିପରି ଡଙ୍ଗରିଆ କନ୍ଧଙ୍କ ଏମ୍ବରଡୋରି ସାଲ୍- କପଡ଼ାଗଣ୍ଡାକୁ ମିଳିଛି ଜିଆଇ ଟ୍ୟାଗ୍ । ରାୟଗଡ଼ା ଓ କଳାହାଣ୍ଡିର ନିୟମଗିରି ପାହାଡ଼ରେ ରହନ୍ତି ଡଙ୍ଗରିଆ କନ୍ଧ […]

ଗୋପିନାଥସ୍ଵାମୀ ବିଦ୍ଯାପୀଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ

ଗଞ୍ଜାମ,(ଓଡିଶା ଦର୍ପଣ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗୋପିନାଥସ୍ୱାମୀ ବିଦ୍ଯାପିଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ ବିଦ୍ଯାଳୟ ପରିସରରେ ପାଳିଚ ହୋଇଯାଇଛି। ଦୀର୍ଘ ୩୩ବର୍ଷର ବ୍ଯବଧାନ ପରେ ନିଜ ସହପାଠୀମାନଙ୍କ ସହିତ ଏକତ୍ରିତ ହେବା ଏକ ଉତ୍ସବ ମୁଖର ବାତାବରଣ ମଧ୍ଯରେ ୧୯୯୦ବ୍ଯାଚ୍ ର ସମସ୍ତ ସହପାଠୀଙ୍କ ମନରେ ଉଲ୍ଲାସ ଭରିଦେଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ଯାଳୟ ଛାଡ଼ିଥିବା ପୂର୍ବତନ ଛାତ୍ରଛାତ୍ରୀ ପୁଣି ଏକାଠି ହୋଇଥିଲେ ସୋସିଆଲ ମିଡ଼ିଆ ମାଧ୍ଯମରେ। ଯାହାର ଫଳ ସ୍ୱରୂପ ଗତ ଦୁଇମାସ […]

ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ, ଡିଏଫଓ, ରୋଷେୟାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ତିନି ଜଣଙ୍କ ନାମରେ NBW ଜାରି କରିଛନ୍ତି। ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହେଉ ନଥିବାରୁ ସୌମ୍ୟ ରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ଏଥି ସହିତ କୋର୍ଟ ତିନି ଅଭିଯୁକ୍ତଙ୍କୁ ଆସନ୍ତା ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ […]