ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସରେ ପ୍ରବଳ ଭକ୍ତ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ ଅନୁମତି ଦିଆଯିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ୱାରରେ ଭକ୍ତଙ୍କ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଶ୍ରୀମନ୍ଦିର […]
ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। ପାଞ୍ଚ ଶହ ଟଙ୍କା ପକେଟରେ ଧରି ଗଲେ ମଧ୍ୟ ଭର୍ତ୍ତି ହେଉ ନାହିଁ ପରିବା ବ୍ୟାଗ। କାରଣ ଯାହାକୁ […]
ପୁରୀ ପାଇଁ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ସ୍ଥାନରେ ୬୨୦ ସିସିଟିଭି କ୍ୟାମେରା ଲାଗିବ। ଅପ୍ଟିକାଲ ଫାଇବର ସହ ସିସିଟିଭି କ୍ୟାମେରାର ସଂଯୋଗ କରାଯିବ। ଏହାର କମାଣ୍ଡ କଣ୍ଟ୍ରୋଲ ସେଟ୍ଅପ୍ ରହିବ। ଯାହା ଦ୍ୱାରା ସବୁ ବିଭାଗ […]
କିଛିଦିନ ପୂର୍ବେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ଏବେ ପୁଣି ଅଡ଼ୁଆରେ। ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଚୋରି ମାମଲାରେ ଗିରଫ ହୋଇଛି ଟୁଙ୍ଗୁରୁ।ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର କେବୁଲ ଜବତ କରିଛି। ଭରତପୁର ଥାନା ପୁଲିସ ଅଭିଯୋଗକାରୀ ମଣ୍ଟୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଟୁଙ୍ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି […]
ତାତିଲେ ଗାଁ ଲୋକେ। ୩ ଡକାୟତଙ୍କ ସମେତ ପୁଲିସ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପୁଲିସ୍ ଗାଡ଼ିକୁ ଭାଙ୍ଗିଲେ। ଯେଉଁଥିପାଇଁ ରଣକ୍ଷେତ୍ର ପାଲଟିଲା ସୂଚନା ମୁତାବକ ସବୁର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ହୋଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଚାଷଜମିକୁ ପାଣିର ବ୍ୟବସ୍ଥା କରିବାକୁ ଯାଇଥିବା ଜଣେ ଚାଷୀଙ୍କ […]
କେନ୍ଦ୍ର ସରକାର ବୁଧବାର ଦିନ ୬ଟି ରବି ଫସଲ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ସରକାର ଗହମର ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଗହମର ସରକାରୀ ମୂଲ୍ୟ ୨୪୨୫ ଟଙ୍କାରେ ପହଞ୍ଚିଛି । ଜ, ଚଣା, ମସୁର, ସୋରିଶ, କୁସୁମ ଆଦି ଫସଲ ଉପରେ ମଧ୍ୟ ସରକାର ଦରବୃଦ୍ଧି କରିଛନ୍ତି ।ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ […]
ପାର୍ବଣ ଋତୁରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ସୂତ୍ର ସୂଚନା ମୁତାବକ ଚଳିତ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା କେନ୍ଦ୍ର ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ଏବଂ ଡିଆରକୁ ୩ […]
କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି ।ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା। ବିଭୀଷଣ ସାଜି ଦଳବିରୋଧୀ […]
ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିବସ। ୭୯ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ। ଆଜି ତାଙ୍କ ଜନ୍ମଦିନକୁ ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜେଡି। ଏଥିପାଇଁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା […]
ମା’ ଓ ହାତୀ ଛୁଆକୁ କରାଗଲା ଟ୍ରାଙ୍କୁଲାଇଜ। ଗତକାଲି ବିଳମ୍ବିତ ରାତିରେ ମା’ ହାତୀ ଓ ଗୋଡ଼ରେ ଆଘାତ ଲାଗିଥିବା ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିଲେ ବନବିଭାଗ । ଚିକିତ୍ସା ପରେ ମା’ ହାତୀ କୁ ଜଙ୍ଗଲକୁ ଛାଡି ଦିଆଯାଇଛି । ହାତୀ ଛୁଆକୁ ଚିକିତ୍ସା ପରେ ଭୁବନେଶ୍ୱରକୁ ନିଆଯାଉଛି । ମାଲବାହୀ ଟ୍ରେନ ଧକ୍କାରେ ହାତୀ ପଲରେ ଥିବା ଗୋଟିଏ ହାତୀ ଛୁଆ ମୃତ୍ୟୁ ବରଣ କରିଥିଲା । ଟ୍ରେନ ଦୁର୍ଘଟଣାରେ ଆହତ […]
ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରୁ ଠାବ ହୋଇଛି ନକଲି କଲ୍ ସେଣ୍ଟର । ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ଚାଲୁଥିଲା ପ୍ଲାନ । ଆପାର୍ଟମେଣ୍ଟରୁ ସିମ୍ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି । ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଖବର ଅନୁଯାୟୀ, ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରେ ଦୀର୍ଘ ଦିନ ଚାଲିଥିଲା କଲ୍ ସେଣ୍ଟର । କୌଣସି ସୁତ୍ରରୁ ଖବର ପାଇଁ କାଞ୍ଚନ […]
ରାୟଗଡ଼ – ରାୟଗଡ଼ ସହର ନିବାସୀ ଅବସର ପ୍ରାପ୍ତ ଫରେଷ୍ଟ ଗାର୍ଡ ପ୍ରଭାତ ଚନ୍ଦ୍ର ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପରିବାର ବର୍ଗ ଓ ବନ୍ଧୁ ପରିଜନ।ରାୟଗଡ଼ ସହର ସୁଣ୍ଡି ସାହିସ୍ଥିତ ନିଜ ବାସ ଭବନରେ ପ୍ରଭାତ ଚନ୍ଦ୍ର ପଟ୍ଟନାୟକ ଚଳିତ ମାସ ୪ତାରିଖ ସୁକ୍ରୁବାର ଦିନ ହୁର୍ଦ୍ଧଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ବର୍ଗ। ମୃତ୍ୟୁ ବେଳକୁ ତାଙ୍କୁ 76ବର୍ଷ ହୋଇଥିଲା । ଏଥି ପୂର୍ବରୁ ସ୍ଵର୍ଗତ ପଟ୍ଟନାୟକ ଥରେ/ଦୁଇଥର ହୁର୍ଦ୍ଧଘାତର ସମ୍ମୁଖୀନ ହୋଇଥିଲେ […]
