ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା। ଟ୍ରକ୍ଟି ଦିଲ୍ଲୀରୁ ସେଓ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ଟି ଯାଉଥିବା ବେଳେ ଡାହାଲା ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍ର ସାଇଡ୍ ୱାଲକୁ ଧକ୍କା ଦେଇଥିଲେ। ଟ୍ରକ୍ଟି ସାଇଡ ୱାଲକୁ ଏତେ ଜୋରରେ ଧକ୍କା ଦେଇଥିଲା […]
ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି।କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ […]
ଆଜି ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଶାରଦୀୟ ପୂଜା ଅବସରରେ ସବୁଠି ଦେବୀ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ସେହିପରି କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ […]
ଏଥର ଦୁର୍ଗାପୂଜାରେ ଡିଜେ ମନା । ଡିଜେ, ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ୱ ଦିଆଯାଇଛି । ତା ସହିତ ପୂଜା କମିଟି ମଧ୍ୟ ବଟି ମାଗିଲେ ବନ୍ଧା ହେବେ |ପୂଜାକୁ ମଦମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦିଆଯାଇଛି ପରାମର୍ଶ । ପୂଜା କମିଟି ଓ ପୋଲିସ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବୈଠକରେ ମେୟର ଓ ବିଧାୟକ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବରୁ କଟକରେ ମଧ୍ୟ ଦଶହରାରେ ଡିଜେ […]
ପ୍ରଦୀପ ମାଝୀଙ୍କ ପରେ ବିଧାୟକ ବଦ୍ରି ପାତ୍ରଙ୍କ ବଡ ବୟାନ । ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା । ବିଜେଡିର ସବୁ ସ୍ଥାନରେ ଭୋଟ ଅଛି କିନ୍ତୁ ନବୀନ ବୁଲିଲେନି । ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ […]
ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ହେବ ମାନ ଯାଞ୍ଚ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ । ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ । ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା […]
ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଆଇସିସି ନେଇ ଜଣାଇବେ।କମିଟି ନିୟମିତ ଭାବରେ ବୈଠକ କରି କାର୍ଯ୍ୟସ୍ଥଳରେ ମହିଳାଙ୍କ ପାଇଁ ଏକ ଅନୁକୂଳ ବାତାବରଣ […]
ବର୍ତ୍ତମାନ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ନାଗପୁର ସହର ଇଭି ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ଜିନ୍ଦଲଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ସର୍ବୋଚ୍ଚ ପସନ୍ଦ ବୋଲି ଏକ ରିପୋର୍ଟରେ କୁହାଯାଇଛି। ତେବେ ଜେଏସଡବ୍ଲୁ ଗ୍ରୁପ୍ ଏହାର ଯୋଜନାବଦ୍ଧ ୪୦,୦୦୦ କୋଟି ଇଲେକ୍ଟ୍ରିକ ଯାନ (ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ଓଡିଶା ଠାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯାଉଛି ବୋଲି Mint ରିପୋର୍ଟ କରିଛି। ଏହି ପଦକ୍ଷେପ, ଶାସକ ବିଜେପି ସରକାର ପାଇଁ ଏକ ଝଟକା ଅଟେ , କମ୍ପାନୀ ନବୀନ […]
ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) କହିଛି। ସାରା ଦେଶରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ ସମସ୍ୟା ବଢ଼ିବାରେ ଲାଗିଛି। ଭାରତର ବଜାରରେ ଉପଲବ୍ଧ ଥିବା ସେଫୋଟାକ୍ସାଇମ୍ (cefotaxime), ସେଫ୍ଟାଜାଇଡିମ୍ (ceftazidime), ସିପ୍ରୋଫ୍ଲୋକ୍ସାସିନ୍ (ciprofloxacin), ଏବଂ […]
ତିରୁପତି ଲଡୁକୁ ନେଇ ଜାରି ରହିଛି ବିବାଦ। ଏଥିରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ଭକ୍ତ ଜଣକ ଅଭିଯୋଗ କରିଛନ୍ତି ଯେ ସେ ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସାଦ ଭାବେ ପାଇଥିବା ଲଡୁରେ ତମାଖୁ ପଡ଼ିଥିବା ଦେଖିବାକୁ ପାଇଛନ୍ତି। ଖମ୍ମମ୍ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ […]
କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ମାନସିକ ନିର୍ଯ୍ୟାତନା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଭବାନୀପାଟଣା ଟାଉନ ଥାନାରେ ପହଁଚି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ଏତଲା […]
କନ୍ଦେଇଲାଣି ପିଆଜ। ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଆକାଶ ଛୁଆଁ । କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫ ରେ ପହଞ୍ଚିଲାଣି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଖାଇବା ସାମଗ୍ରୀ ଉପରେ ଏଭଳି ଦରଦାମ ବୃଦ୍ଧିକୁ ନିନ୍ଦା କରିଛନ୍ତି ଗ୍ରାହକ। ପ୍ରଥମେ ଆଳୁ ପାଇଁ ବେଶ୍ କିଛିଦିନ ହନ୍ତସନ୍ତ ହେବାକୁ ପଡ଼ିଥିଲା।ବେପାରୀଙ୍କ ମନମାନୀ ସହ ନାସିକ୍ରେ ଦର ବଢୁଥିବାରୁ […]
