author

୫୦ ପର୍ଯ୍ୟନ୍ତ ଗଣି ପାରୁନଥିଲା ବୋଲି ଝିଅକୁ ହତ୍ୟା କଲା ବାପା

ଦିଲ୍ଲୀ ଫରିଦାବାଦରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପୁରା ସମାଜକୁ ଦୋହଲାଇ ଦେଇଛି । ଜଣେ ବାପା ହୋମ୍‌ୱାର୍କ ନକରିଥିବାରୁ ନିଷ୍ଠୁର ହୋଇ ଚାରି ବର୍ଷର ଝିଅକୁ ହତ୍ୟା କରିଛନ୍ତି।ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ପୁଲିସ କହିଛି ଝିଅ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖି ନପାରିବାରୁ ପିତା ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେକ୍ଟର ୫୮ ପୁଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ କୃଷ୍ଣ ଜୟସୱାଲ (୩୧)ଙ୍କୁ ଗିରଫ […]

ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ ମାମଲାରେ ୨ ଡକାୟତ ଗିରଫ

ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି । ତେବେ ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଝାଡ଼ଖଣ୍ଡର ଧନବାଦରେ ପହଞ୍ଚିଥିଲା । ଧନବାଦ ପୋଲିସର ସହାୟତାରେ, ନିରସା ଏବଂ ସିନ୍ଦ୍ରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା […]

ଡାକ୍ତର ହୋଇ ପ୍ରେମିକାଙ୍କୁ ବିବାହ କରିବା ପାଇଁ ନିଜ ପାଦର ଆଙ୍ଗୁଠି କାଟିଲେ ଛାତ୍ର

ଉତ୍ତର ପ୍ରଦେଶର ଜଉନପୁର ଜିଲାରେ ବିଚଳିତ କରିଦେବା ଭଳି ଏକ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟ ଯୁବକ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଜରିଆରେ ଆଡ୍‌ମିଶନ କରି ଏମ୍‌ବିବିଏସ୍‌ ସ୍ବପ୍ନ ସାକାର କରିବାକୁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ଲାଗି ନିଜ ଗୋଡ଼କୁ କାଟିଦେଇଛନ୍ତି।ଡାକ୍ତର ହେବା ଆଉ ପ୍ରେମିକାଙ୍କୁ ବିବାହ କରିବା ପାଇଁ ସେ ଦିନରାତି ସ୍ୱପ୍ନ ଦେଖୁଥିଲେ। ଜେନେରାଲ ବର୍ଗରେ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସଫଳ ହେବା କଷ୍ଟକର ବୋଲି ଜାଣିଥିଲେ। […]

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ; ରାଜ୍ୟସଭା ନିର୍ବାଚନ ନେଇ ଚର୍ଚ୍ଚା ଜୋର

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ଜଣା ପଡ଼ିଛି।ଦିଲ୍ଲୀପଙ୍କ ସହ ପାରିବାରିକ ସମ୍ପର୍କ ରହଥିବା ଆଇନ ମନ୍ତ୍ରୀ କହିଛନ୍ତି। ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ […]

ଏଣିକି ସୋମବାର ହେବନି କୌଣସି ସରକାରୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା । ଏଣିକି ସୋମବାର ହେବନି କୌଣସି ସରକାରୀ ବୈଠକ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କୌଣସି ବିଭାଗ ବୈଠକ ରଖିବେ ନାହିଁ । ଅଭିଯୋଗ ଶୁଣାଣିକୁ ଦିଆଯିବ ଗୁରୁତ୍ୱ । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା […]

ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକଙ୍କୁ ପୋଲିସର ମାଡ଼

ଶ୍ରୀମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ମାଡରେ ଜଣେ ନାବାଳକ ଆହତ ହୋଇଛନ୍ତ। ଘଟଣାଟି ଶ୍ରୀମନ୍ଦିର ବାହାର କାଠ ନିକଟରେ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ […]

ସରସ୍ୱତୀ ପୂଜାରେ ମଦ ପିଇ ରସ୍ତାରେ ଗଡିଲେ ଛାତ୍ର

ସରସ୍ୱତୀ ପୂଜାରେ ମଦ ପିଇ ରସ୍ତାରେ ଗଡିଲେ ଛାତ୍ର । ଫୁଲବାଣୀ ଟିକାବାଲି ଅଞ୍ଚଳରେ ଏକ ଉଚ୍ଚ ବିଦ୍ୟାଳୟରେ ଦୁଇ ନବମ ଶେଶ୍ରଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ପଡିବା ଘଟଣାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସୂଚନାମୁତାବକ ଗତକାଲି ଦିନ ସାଢେ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର […]

ଅଦାଲତ ଅବମାନନା ମାମଲା: ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ପ୍ରସଙ୍ଗରେ ଓଡିଶା ଉଚ୍ଚନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ ଅବମାନନା ଅଭିଯୋଗରେ ନଗର ଉନ୍ନୟନ ସଚିବ ଉଷା ପାଢୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚିବ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ. ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ଶୁଣାଣିରେ […]

ନରସିଂହପୁରରେ ବାଘ-ମଣିଷ ଲଢେଇରେ ବାଘର ମୃତ୍ୟୁ 

କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଏବଂ ଯୁବକ ଭିତରେ ଲଢେଇ ହୋଇଛି । ବିଳମ୍ବିତ ରାତିରେ ଯୁବକ ଜଣକ ଘରେ ଶୋଇଥିବରାବେଳେ କଲରାପତରିଆ ବାଘ ଆସି ଆକ୍ରମଣ କରିଥିଲା ।   ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ […]

ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ

ପୁଣି ଫେରିଲା ଘନ କୁହୁଡ଼ି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଘନ କୁହୁଡି । କିନ୍ତୁ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ।ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି ।  ଘନ କୁହୁଡି ଯୋଗୁ ରସ୍ତାଘାଟ ଦେଖାଯାଉନି । ଆସନ୍ତା ଦୁଇ ସପ୍ତାହ (୨୨ରୁ ୨୮ ତାରିଖ) ଓ (୨୯ରୁ ୪ ତାରିଖ) ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ […]

ଆଜିର ରାଶିଫଳ(୨୪ ଜାନୁଆରୀ, ୨୦୨୬)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡ଼: ତା.୨୩/୦୧: ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାୟଗଡ଼ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକ,ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା,ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ […]