author

ବିଧାନସଭାରେ ରାଜ୍ୟ ସରକାରଙ୍କ ସୂଚନା,ରାଜ୍ୟରେ ଅଛନ୍ତି ୩୪୮୬ ପଞ୍ଜୀକୃତ କିନ୍ନର

ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କିନ୍ନର ସଂପ୍ରଦାୟଙ୍କ ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନ୍‌ସନ୍ ଯୋଜନାରେ ମାସିକ ହଜାର ଟଙ୍କା ଭତ୍ତା ଦିଆଯାଉଛି। ୧୮ବର୍ଷରୁ କମ୍ କିନ୍ନରଙ୍କ ପିତାମାତାଙ୍କୁ ମାସିକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ତେବେ ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର ଅଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୪୯୪, ଅନୁଗୁଳରେ ୪ଶହ, ଖୋର୍ଦ୍ଧା ୩୯୫, ଗଞ୍ଜାମ ୨୪୦ ଓ ରାୟଗଡ଼ାରେ […]

ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ! ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶୀତର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ, ଲୋକଙ୍କୁ ଏବେ ପୁଣି ଡରାଇବାକୁ ଯାଉଛି ଲଘୁଚାପ ବର୍ଷା । ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି।ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ରାଜ୍ୟରେ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ […]

ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ,ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ମଧ୍ୟ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ , ଆଇଡି ବ୍ଲାଷ୍ଟ କରି ଆକ୍ରମଣ […]

ପୁଣି ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବଧି

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ପୂର୍ବରୁ ଫେବୃଆରୀ ୫ ତାରିଖ ଯାଏଁ ବଢ଼ାଯାଇଥିଲା। ପରେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬” ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୨୮ ଫେବୃଆରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ https://msp.odisha.gov.in website କୁ ଯାଇ ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ […]

ଏପ୍ରିଲ ୧ରେ ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

୨୦୨୬ ଏପ୍ରିଲ ୧ ରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ […]

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି (ଜନ ଅଭିଯୋଗ ଶୁଣାଣି) ଫେବୃଆରୀ ୨୩ ତାରିଖ ସୋମବାର ବନ୍ଦ ରହିବ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିଧାନସଭା କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପାଇଁ ସ୍ଥିର ହୋଇଥିବା ଶୁଣାଣି ବାତିଲ କରାଯାଇଛି। […]

୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା।ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା ।ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ […]

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ଵରେ ଭାଷା ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି।ଭାଷା ହେଉଛି ଏକ ମାତ୍ର ମାଧ୍ୟମ […]

ଆଜିର ରାଶିଫଳ(୨୧ ଫେବୃଆରୀ, ୨୦୨୬)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ। *ବୃଷ : ଆଜି ବାଣିଜ୍ୟ, ବ୍ୟବସାୟ […]

ବଜେଟ୍ କୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ମୋଟ ବଜେଟର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା । ବଜେଟକୁ ଶାସକ ଦଳ ପକ୍ଷରୁ ବିକାଶପୂର୍ଣ୍ଣ ବଜେଟ ଭାବେ ସ୍ୱାଗତ ଓ ସମର୍ଥନ କରାଯାଇଥିବା ବେଳେ ବିରୋଧୀ ପକ୍ଷରୁ ସମାଲୋଚନା କରାଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ୍ ରେ ପ୍ରତିକ୍ରିୟା ପ୍ରକାଶ କରି ” କଣ କହିବି ବଜେଟ ବିଷୟରେ। […]

ହାତୀ ଭଳି ବଜେଟ, ଜନ୍ଦା ଭଳି ଖର୍ଚ୍ଚ ହେବ: ଅରୁଣ ସାହୁ

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା 2026 ବଜେଟ ଉପସ୍ଥାପନ କରିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି କି, ହାତୀ ଭଳି ବଜେଟ, ଜନ୍ଦା ଭଳି ଖର୍ଚ୍ଚ ହେବ। ଋଣ କରି ଘିଅ ଖାଇବେ ସରକାର। ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ଯୋଜନା ନାଁ ଦେଇଛନ୍ତି କେବଳ ନାଆଁ […]

ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ସୁଭଦ୍ରା ଯୋଜନା ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ।ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଯୋଗୁ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ […]