ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆର୍ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍ କାବୁ ସିବିଆଇ ହାତରେ ଧରାପଡିଛନ୍ତି।ସୂଚନା ମୁତାବକ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ ବୋତଲ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଗତ କିଛି ଦିନ ହେବ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ କାର୍ଯ୍ୟରତ ଯବାନ ମହମ୍ମଦ ଇସରାର ସେହି ମହିଳାଙ୍କୁ ଧମକଚମକ ଦେବା ସହ ୧୫ ହଜାର […]
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ, ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଗୁଜବ […]
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି । ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । […]
ରାୟଗଡ (ନିପ୍ର) ୦୯/୧୦ – ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୩ ତମ କାଳୀ ପୂଜା (ଦଶ ମହାବିଦ୍ୟା) ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଯାଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ନଳିନୀକାନ୍ତ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ କର୍ତା ଭାବେ ଶିବ ପଟ୍ଟନାୟକ ଓ ସହ କର୍ତା ଭାବେ ଶିବାଜୀ ଦାଶ ଉପସ୍ଥିତ […]
ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଦେବନି ଆମେରିକା। ପାକିସ୍ତାନକୁ ନୂତନ AMRAAM କ୍ଷେପଣାସ୍ତ୍ର ମିଳିବା ରିପୋର୍ଟକୁ ଆମେରିକା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ। “AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ” ହେଉଛି ଏୟାର-ଟୁ-ଏୟାର ମିସାଇଲ୍।ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି […]
ସମୁଦ୍ରରେ ବୁଡିଗଲା ମତ୍ସ୍ୟଜୀବୀ ବୋଟ୍ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରରେ ଏକ ମତ୍ସ୍ୟଜୀବୀଙ୍କ ବୋଟ ବୁଡି ଯାଇଛି । ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି 8 ମତ୍ସ୍ୟଜୀବୀ । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଇଞ୍ଜିନ ଖରାପ ହୋଇଯିବାରୁ ‘ତାରିଣୀ -୨’ ବୋଟ୍ଟି ବୁଡି ଯାଇଥିଲା । ଏହି ବୋଟଟି ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି ।ଗତ 8 ଅକ୍ଟୋବରରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]
ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ। ତଦନ୍ତ ପାଇଁ ଅସଲି ପୋଲିସ ନକଲି ପୋଲିସକୁ ପଠାଇ ନିଲମ୍ବିତ ହୋଇଛନ୍ତି ।ଘରୋଇ ମାମଲା ରୁଜୁ ପରେ ତଦନ୍ତ ପାଇଁ ଯାଇଥାନ୍ତେ ତଦନ୍ତକାରୀ ଅଧିକାରୀ । କିନ୍ତୁ ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ପୋଲିସ ବାବୁ । ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି କିଛି ଟଙ୍କା ମଧ୍ୟ ମାଗିଥିଲେ । ସ୍ଥାନୀୟ […]
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି।ସବୁ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କିଛି ମାତ୍ରାରେ ସଫଳତା ମିଳିଛି । କାରଣ ଘଟଣାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ଥିବା ସୂଚନା ରହିଛି । ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍ ପୋଲିସ ସଂଗ୍ରହ କରିଛି । ପୋଲିସ ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ତେବେ ସେମାନଙ୍କ […]
ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ବିଭିନ୍ନ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନକୁ ଜରୁରୀକାଳନୀ ଅବତରଣ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସୂଚନାମୁତାବକ ଆଜି ଦିନ ୪ଟା ୫୩ ମିନିଟ ସମୟରେ AirIndiaExpress-1295 ବିମାନ ୧୭୪ ଯାତ୍ରୀଙ୍କୁ ନେଇ ବାଙ୍ଗଲୋରରୁ ଗୌହାଟି ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କର ଛାତିରେ ଯନ୍ତ୍ରଣା […]
