୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର […]
ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]
ଓଡ଼ିଶାରେ ପାମ୍ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ସୋରିଷ ତେଲ ସମେତ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ପାମ୍ ତେଲର ଅଧିକ ଚାହିଦା ଥିବାରୁ, ପାମ୍ ତେଲର ମୂଲ୍ୟ ବୃଦ୍ଧି ପାଉଛି।ଓଡ଼ିଶାରେ ପାମ୍ ତେଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି ଯେତେବେଳେ ଅନ୍ୟାନ୍ୟ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଉଦାହରଣ ସ୍ୱରୂପ, ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ବୃଦ୍ଧି ପାଇଛି, ଯେତେବେଳେ ସୋରିଷ […]
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅଧିକ ଅପଚୟ ହେଉଥିଲା । ଏହାକୁ ନେଇ ବହୁ ଅଭିଯୋଗ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା […]
lରାୟଗଡ/୧/୪/୨୬: ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୧ତମ ଓଡିଶା ଦିବସ-୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଅନୁଷ୍ଠିତ ସାଧାରଣ ସଭା ଆୟୋଜନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ମହାପୁରୁଷମାନଙ୍କ ଭୂମିକା ଏବଂ ଆଜିର ପ୍ରଗତିଶୀଳ ଓଡିଶାରେ ସମସ୍ତ ବର୍ଗର ବିକାଶ ଉପରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । […]
ସ୍ୱଚ୍ଛ ପରିବହନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ୧ ଏପ୍ରିଲ ୨୦୨୬ରୁ ସାରା ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଛି।ଆଜିଠୁ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ଭୟଙ୍କର ତୈଳ ସଙ୍କଟ ସମୟରେ E20 ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରାଯାଇଛି। ଇଥାନଲ୍ ହେଉଛି ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ଏକ ପ୍ରକାର ଆଲକହଲ। ଯାହାକୁ ପେଟ୍ରୋଲରେ ମିଶା ଯାଇ ଯାନବାହନରେ […]
ଦିନରେ ହେବ ପ୍ରବଳ ଗରମ । ସନ୍ଧ୍ୟାରେ ହେବ ବର୍ଷା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁରର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ […]
ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ ମାଧ୍ୟମରେ ଦେଇପାରିବେ ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।ରାଜ୍ୟପାଳ ନିଜ ଲାପଟୋପରୁ ଲଗିନ କରି ଜନଗଣନା ପାଇଁ ନିଜର ତଥ୍ୟ ଦେଇଛନ୍ତି । ସେହିପରି ମେୟର ସୁଲୋଚନା ଦାସ ମଧ୍ୟ ଭୁବନେଶ୍ୱରବାସୀଙ୍କୁ ସ୍ଵ ଜନଗଣନାରେ ସାମିଲ ହେବା ପାଇଁ ଆହ୍ୱାନ ଦେବା ସହ ଜଣେ ସଚେତନ […]
୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦକନାନରେ ରେକଡ ସଂଖ୍ୟକ ପର୍ଯ୍ୟଟକ । ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ମୋଟ ୨୬ କୋଟି ୩୧ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ନନ୍ଦନକାନନର ଉଭୟ ଉଦ୍ୟାନକୁ ଚଳିତ ୨୫-୨୬ ଆର୍ଥିକ ବର୍ଷରେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ଯାହା ନନ୍ଦନକାନନ ଇତିହାସରେ ପ୍ରଥମ। ମୋଟ୍ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭ ଲକ୍ଷ ୯୬ ହଜାର ୩୪୧ ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ […]
ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ବ। ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ। ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଁ […]
ଖରିଫ ଧାନକିଣାରେ ରାଜ୍ୟ ସରକାର ୭ ଦିନ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା । ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ […]
ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ଯ୍ୟ ଦିବସ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ଏ ଡବଲ ଇଞ୍ଜିନ ସରକାର ନୁହେଁ ଦୋମୁହାଁ ସରକାର କହି ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର । ତେବେ ବିରୋଧୀ […]
