author

ଦେଢ଼ ବର୍ଷ ପରେ ଆସିଲା ଏନ୍‌ସିଆର୍‌ବି ରିପୋର୍ଟ,୨୦୨୩ରେ ଅପରାଧ ହାରରେ ଓଡ଼ିଶା ଦେଶରେ ସର୍ବାଧିକ..

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ତେବେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ […]

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ।

ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହ ରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା […]

ରାଜଧାନୀରେ ପୂଜା ପାଉଛନ୍ତି ୬୨ ଫୁଟର ଦୁର୍ଗା ମୂର୍ତ୍ତି

ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି । ଚଳିତ ବର୍ଷ କମିଟି ଅଷ୍ଟମ ବର୍ଷରେ ମା’ଙ୍କ ପୂଜା କରୁଛି ।ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି । ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। […]

ଶ୍ରୀକ୍ଷେତ୍ରରେ ହେଉଛି ହାଡ଼ିଆ ଭୂତ ପୂଜା

ପୁରୀରେ ଶାରଦୀୟ ଦୁର୍ଗାପୂଜାରେ ଦେବୀଙ୍କ ଆରାଧନା ସହ ଭୂତକୁ ମଧ୍ୟ ପୂଜା କରାଯାଏ ।ଏଠାରେ ଭୂତ ରୂପରେ ପୂଜା ପାଉଛି ହଡ଼ିଆ ଭୂତ । ଶ୍ରୀମନ୍ଦିର ନିକଟରେ ଥିବା ହରଚଣ୍ଡୀ ସାହିରେ ହାଡିଆ ଭୂତ ପୂଜା ପାଉଛନ୍ତି । ହରଚଣ୍ଡୀ ସାହିର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁଙ୍କ ଘରେ ଏହି ହାଡ଼ିଆ ଭୂତ ମେଢ଼ ପୂଜା କରାଯାଏ। ତେବେ ଏନେଇ ଆଦିତ୍ୟ କହିଛନ୍ତି,”ହାଡ଼ିଆ ଭୂତ ପୂଜା ଆମ ପୂର୍ବ ପୁରୁଷମାନେ କରି ଆସୁଛନ୍ତି। ପିଢ଼ି ପରେ ପିଢ଼ି […]

ବଢିବ ନାହିଁ EMI ,୫.୫ ପ୍ରତିଶତରେ ସ୍ଥିର ରେପୋ ରେଟ୍

ଲଗାତାର ଦ୍ବିତୀୟ ଥର ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌ । ବଢିବନି ସୁଧହାର । ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ୫.୫%ରେ ଅପରିବର୍ତ୍ତିତ ରହିଛି ।ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବଜାର ଆଶା କରିଥିଲା ଯେ ଏଥର RBI ସତର୍କତା ଅବଲମ୍ବନ କରିବ।ବର୍ତ୍ତମାନ ଋଣ ଏବଂ EMI ଋଣଗ୍ରହୀତାଙ୍କ […]

ସ୍ପିଡ୍‌ ପୋଷ୍ଟ ପାଇଁ ଆଜିଠୁ ନୂଆ ଶୁଳ୍କ ଲାଗୁ, ଭାରତୀୟ ଡାକ ବିଭାଗ ପକ୍ଷରୁ ଘୋଷଣା

ଡାକ ବିଭାଗ ପକ୍ଷରୁ ସ୍ପିଡ୍‌ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା ଆଜିଠାରୁ ଲାଗୁ ହୋଇଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ସେବାର ଆଧୁନିକିକରଣକୁ ଧ୍ୟାନରେ ରଖି ୧୩ ବର୍ଷ ପରେ ନୂଆ ଶୁଳ୍କ ଘୋଷଣା କରାଯାଇଛି ।ନୂଆ ଶୁଳ୍କ ଅନୁଯାୟୀ, ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ପିଡ ପୋଷ୍ଟର ମୂଲ୍ୟ ୧୯ ଟଙ୍କା ରହିବ । ଅଧିକ ୨୦୦ କିଲୋମିଟର ଦୂରତା ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି […]

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ |ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟ ସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।ସେହିପରି ଆଜି ପୂଜା ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି […]

ମହଙ୍ଗା ହେଲା LPG ସିଲିଣ୍ଡର

ଅକ୍ଟୋବର ମାସ ଆରମ୍ଭ ହୋଇଛି ଏବଂ ଏହା ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ମାସର ପ୍ରଥମ ଦିନରେ ହିଁ ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତ ଲାଗିଛି। ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦ ହେବ, ଯାହା ପୂର୍ବରୁ ୧୫୮୦ ଥିଲା।ଏହା ପୂର୍ବରୁ, ଗତ କିଛି ମାସ ଧରି […]

ହସ୍ପିଟାଲରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା […]

ଆଜି ମହାନବମୀ

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼। ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି […]

ଏସଆଇ ପରୀକ୍ଷାରେ ବଡ଼ କେଳେଙ୍କାରୀ । ପ୍ରଶ୍ନପତ୍ର ପାଇଁ ହୋଇଥିଲା ୨୯ କୋଟିର ଡିଲ୍

ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ […]

ବର୍ଷାରେ ଭିଜିବ ଦଶହରା: ୪ ଦିନ ଯାଏ ପ୍ରବଳ ବର୍ଷା

ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଭିଜିବ ଦଶହରା। ୨ ତାରିଖରେ ଅବପାତରେ ପରିଣତ ହୋଇପାରେ ଏବଂ ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଉପକୂଳ ଛୁଇଁ ପାରେ। ୩ […]