ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏନେଇ ଅଙ୍ଗନବାଡି […]
ଚନ୍ଦ୍ରଯାନ-୪ ମିଶନ ପାଇଁ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ସ୍ଥଳୀ ପାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ ଚନ୍ଦ୍ରଯାନ-୪ । ଚନ୍ଦ୍ରଯାନ-୨ ଅର୍ବିଟର୍ରେ ମିଳିଥିବା ଫଟୋ ଆଧାରରେ ବୈଜ୍ଞାନିକମାନେ ମନ୍ସ ମାଉଣ୍ଟେନ୍ (ଏମ୍ଏମ୍-୪) କ୍ଷେତ୍ରକୁ ଅବତରଣ ପାଇଁ ଉପଯୁକ୍ତ ବୋଲି କହିଛନ୍ତି । ତେବେ ଚନ୍ଦ୍ରରୁ ମାଟି ଏବଂ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ଲକ୍ଷ୍ୟ। ୨୦୨୮ ମସିହାରେ ଚନ୍ଦ୍ରଯାନ-୪ ଲଞ୍ଚ କରିବାକୁ ଲକ୍ଷ୍ୟ ରହିଛି ଇସ୍ରୋ ।କେନ୍ଦ୍ର ସରକାର […]
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦେଶରେ ଅଧିକାର ମିତ୍ର ,ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ୱlବଧାନରେ ପ୍ରତାପ ପ୍ରସାଦ ନିବାସୀ ସୁବର୍ଣ୍ଣ ଦେଇଙ୍କୁ ଲେଖନପୁର ସ୍ଥିତ ‘ସମର୍ପଣ ‘ ବୃଦ୍ଧାଶ୍ରମରେ ପୁନଃ ଥଇଥାନ କରାଯାଇଛି l ସୁବର୍ଣ୍ଣ ଦେଇଙ୍କ ସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ପୁଅ, ବୋହୂ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା l ଏଥିରେ ସେ ଅତିଷ୍ଠ ହୋଇ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଗୁଟଖା ମାଫିଆ କମଳ ସାହୁ ଉପରେ ପୁଲିସ ପ୍ରଭାବ ବେଶ ଭାରି ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ୩ଟି ଗୁଟଖା ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି । ନୟାଗଡ଼ ସଦରଥାନା ପୁଲିସ ଖବର ପାଇ ଖୁଣ୍ଟୁବନ୍ଧ ଗ୍ରାମ ନାରାୟଣୀ ମନ୍ଦିର ନିକଟରୁ ଦୁଇଟି […]
ଶିଶୁ ପୁଷ୍ଟିସାରକୁ ସୁଦୃଢ଼ କରିବା, ରକ୍ତହୀନତା ନିରାକରଣ କରିବା ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ପାଇଁ ଫେବୃୟାରୀ ୧୦ରେ କୃମିନାଶକ ଦିବସ ପାଳନ କରାଯିବ। ଏହା ସହିତ ଫେବୃଆରୀ ମାସ ସାରା ରାଜ୍ୟରେ ଭିଟାମିନ୍ ଏ ସପ୍ଲିମେଣ୍ଟେସନ୍ (VAS) କାର୍ଯ୍ୟକ୍ରମ ଚାଲିବ I ସେହିପରି ଲିମ୍ଫାଟିକ ଫାଇଲେରିଆସିସ୍- ସମୂହ ଔଷଧ ସେବନ (ଏଲ୍ଏଫ୍ -ଏମଡିଏ) କାର୍ଯ୍ୟକ୍ରମ କିଛି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।୩୦ ଜିଲ୍ଲାରେ […]
ପାକିସ୍ତାନକୁ ଝଟକା। ସିନ୍ଧୁ ନଦୀଜଳ ଚୁକ୍ତି ବାତିଲ କରିବା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଜମ୍ମୁକାଶ୍ମୀରର ଚେନାବ ନଦୀରେ ଏକ ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲା ଭାରତ। ଏଥିପାଇଁ ୫,୧୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ଲାଗି ଜାତୀୟ ଜଳବିଦ୍ୟୁତ ଶକ୍ତି ନିଗମ (ଏନ୍ଏଚ୍ପିସି) ଲିମିଟେଡ ପକ୍ଷରୁ ଗତ ୫ ତାରିଖରେ ବିଭିନ୍ନ କମ୍ପାନିଙ୍କୁ ଆମନ୍ତ୍ରଣ କରାଯାଇଛି । ଜମ୍ମୁ-କାଶ୍ମୀରର ରାମବନ ଓ ଉଧମପୁର ଜିଲ୍ଲାରେ ଚେନାବ […]
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ […]
ପଦ୍ମପୁର/ରାୟଗଡ:- ତା.୦୯-୦୨-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଆନା ସାହେବ ଓହୋଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସେନର ବରାଳ, ଜିଲ୍ଲା […]
ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ କଥା | ଗୁଗୁଲ୍ ନିଶ୍ଚିତ କରିଛି ଯେ ୪୦% ରୁ ଅଧିକ ଅର୍ଥାତ ୧୦୦ କୋଟି ଆଣ୍ଡ୍ରଏଡ୍ ଫୋନ୍ ଏବେ ମାଲୱେର୍ ଏବଂ ସ୍ପାଏୱାୟାର ଆକ୍ରମଣର ଶିକାର ହୋଇପାରନ୍ତି । ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଭର୍ସନ ଚଲାଉଥିବା ଆଣ୍ଡ୍ରଏଡ୍ ଫୋନ୍ଗୁଡ଼ିକ ଆଉ ସୁକ୍ୟୁରିଟି ଅପଡେଟ୍ ପାଉନାହାଁନ୍ତି, ତେଣୁ ଏପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକମାନେ ବିପଦରେ ଅଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୧ କିମ୍ବା […]
ଆଇଆରସିଟିସି ଆରମ୍ଭ କରିଛି ଇ-ପ୍ୟାଣ୍ଟ୍ରି। ଏବେ ଟ୍ରେନ୍ ଯାତ୍ରା ପୂର୍ବରୁ ଅନଲାଇନ୍ ରେ କରିପାରିବେ ଖାଦ୍ୟପେୟ ବୁକିଂ। ଆପଣଙ୍କ ସିଟ୍ ପାଖରେ ପହଞ୍ଚିଯିବ ଗରମା ଗରମ ଖାଦ୍ୟ। ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ଟ୍ରେନ୍ ରେ ଥିଲା। ଏହି ସୁବିଧା ଏବେ ୨୫ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ରେ ମିଳିବ। ଏହାଦ୍ଵାରା ରେଳ ଯାତ୍ରୀଙ୍କ ଯାତ୍ରା ଆହୁରି ସୁଖଦ ଏବଂ ଆରାମଦାୟକ ହେବ। ଯାତ୍ରୀଙ୍କ ଫିଡବ୍ୟାକ୍ ଏବଂ ଆବଶ୍ୟକତାକୁ ଦେଖି ପରବର୍ତ୍ତୀ ସମୟରେ ଏହି ସର୍ଭିସ୍ […]
ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍।ଇ-ତଦନ୍ତ ଓ ଇ-ଅଡିଟ୍ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍ରେ ଦାଖଲ କରିବେ। ତାହା ଅନଲାଇନ୍ରେ ସମାଧାନ ହେବ। ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍ରେ ହେବ। ସମବାୟ ନିବନ୍ଧକ ଏହାର ତଦାରଖ […]
