author

ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଇ-କେୱାଇସି ଅବଧି ବୃଦ୍ଧି

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏତଦବ୍ୟତୀତ କୌଣସି କାରଣ ବଶତଃ ଅଦ୍ୟାବଧି ଇ-କେୱାଇସି କରି ପାରିନଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପିଡ଼ିଏସ ସାମଗ୍ରୀ ପୂର୍ବବତ ଆବଣ୍ଟିତ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି […]

ରୋଟାରୀ ଏକ୍ସିଲେନସି ପକ୍ଷରୁ ପହିଲି ପ୍ରସାଦ  ବଣ୍ଟନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଅଧିଷ୍ଠାତ୍ରୀ ଦେବୀ ମା’ଦକ୍ଷିଣ କାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ,ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀଵୀ ରଣଜିତ ଦାଶ ପ୍ରମୁଖ […]

୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ

୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ନୂଆ ଏନ୍ଏସି ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ନୂଆ କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହେବ ୬ କୋଟି । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । କାମ ଆରମ୍ଭ ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ […]

ରୁପାଲି ଛକରେ ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା ଆମ ବସ୍‌

ଦୁର୍ଘଟଣା ପାଇଁ ରୁପାଲି ଛକକୁ ବାଛି ନେଇଛି ଆମ ବସ୍‌। ସକାଳେ ଅଟୋକୁ ଧକ୍କା ଦେଲା ଆଉ ଏବେ ସ୍କୁଟିକୁ। ସୂଚନା ଅନୁସାରେ, ରୂପାଲି ଛକରେ ୮୨ ନମ୍ବର ରୁଟ୍‌ର ‘ଆମ ବସ୍’ ଏକ ସ୍କୁଟିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍‌ ଉପରେ ଲୋକେ ‘ଆମ ବସ୍’ ଚାଳକଙ୍କୁ ବସ୍‌ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କ କବଳରୁ ‘ଆମ ବସ୍’ ଚାଳକଙ୍କୁ ଉଦ୍ଧାର କରିଛି […]

ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR-ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ

ଚିଲିକାର ହେବ ସୌନ୍ଦର୍ଯ୍ୟକରଣ। ପାଇବ ନୂଆ ରୂପ। ଚିଲିକା ଆଖପାଖ ଅଞ୍ଚଳକୁ କରାଯିବ ଉନ୍ନତିକରଣ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ହେବ ଚିଲିକା ହ୍ରଦ । ଏନେଇ ଆଇଆଇଟି ମାଡ୍ରାସ୍ ଓଷନୋଗ୍ରାଫି ସହ ବୁଝାମୁଣା ସ୍ବାକ୍ଷରିତ ହୋଇଛି। ୧୫ ଶହରୁ ୨ ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। ସୂଚନାମୁତାବକ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। […]

ମାର୍ଚ୍ଚ ୨୦୨୬ ସୁଦ୍ଧା ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍? ସତରେ କଣ ୫୦୦ ଟଙ୍କିଆ ବନ୍ଦ ହୋଇଯିବ ?

ସୋସିଆଲ୍ ମିଡିଆରେ ଗୋଟେ ଖବର ଭାଇରାଲ ହେଉଛି। ୨୦୨୬ ମାର୍ଚ୍ଚ ପରେ ମାର୍କେଟ୍‌ରୁ ୫୦୦ ଟଙ୍କିଆ ନୋଟ୍ ହଟାଇ ନେବ ଆର୍‌ବିଆଇ। ଅର୍ଥାତ୍ ଏହି ନୋଟ୍ ଆଉ ପ୍ରଚଳନ ହେବ ନାହିଁ। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍‌ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । […]

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏହାପରେ ସେ କହିଛନ୍ତି ଯେ ଜାନକୀ ବାବୁ ୬୦ ବର୍ଷ ଧରି ଓଡିଶାର ଜନଜୀବନ ସହ ଜଡିତ ଥିଲେ । ତାଙ୍କ ଜୀବନ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲା । ଦୀର୍ଘ ୧୪ ବର୍ଷ […]

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି, ବଡ଼ଦେଉଳ ଭିତରୁ ବାହାରିଲା ଜୋତା

ପୁଣି ଅସୁରକ୍ଷିତ ହୋଇ ପଡିଛି ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି । ଖବର ଅନୁସାରେ, ଆଜି ସକାଳୁ ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ […]

ନୟାଗଡ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସୋଲପଟା ପରିସରରେ ଏକାଦଶ ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି। ଉଦଘାଟନ ସଭାରେ ଓଡଗାଁ ତହସିଲଦାର ମାନସ ରଂଜନ ଭୋଇ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଡେପୁଟି ଜିଲ୍ଲାପାଳ ତପତି ରାଜ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିଲେ।  ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ସଂଧ୍ୟାରାଣୀ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସଭାରେ ଅନ୍ଯତମ ଅତିରିକ୍ତ ଜିଲ୍ଲା […]

ସାଟେଲାଇଟ ସର୍ଭେରୁ ଧରାପଡିଲା ଫେକ ଧାନ ଚାଷ ପ୍ଲଟ

ସାଟେଲାଇଟ ସର୍ଭେରୁ ଧରାପଡିଲା ଫେକ ଧାନ ଚାଷ ପ୍ଲଟ । ଇନପୁଟ ସବସିଡି ଲୋଭରେ ଫେକ ପ୍ଲଟ ପଞ୍ଜୀକୃତ କରିଛନ୍ତି । ୨୫ ଲକ୍ଷ ପ୍ଲଟର ସାଟେଲାଇଟ ସର୍ଭେରେ ୧୯ଟି ଫେକ ପ୍ଲଟ ରହିଛି । ଏନେଇ ତଥ୍ୟ ଉପସ୍ଥାପନା କଲା ସମବାୟ ବିଭାଗ । ୩୦ଟି ଜିଲ୍ଲାରେ ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜୀକୃତ ହୋଇଛି । ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । […]

ଭିକେ ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ

ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ […]

ଆଜିଠୁ ଆରମ୍ଭ ପବିତ୍ର ମାଘ ମେଳା :ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼

ଧର୍ମନଗରୀ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି। ଆଜି ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳରେ ଆସ୍ଥାର ବୁଡ଼ ପକାଇଛନ୍ତି । ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ […]