ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ପହଞ୍ଚିଲେ ରାଜ୍ୟପାଳ । ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲରେ ଡିହାଇଡ୍ରେସନ୍ ହୋଇଥିବାରୁ ଚିକିତ୍ସିତ ହୋଇ ଫେରିଥିଲେ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ। ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍ କରାଯିବ।ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ପୁରୀ-କୋଣାର୍କ, ପୁରୀ ସାତପଡ଼ା ଏବଂ ପିପିଲି କୋଣାର୍କ ରାଜପଥ ୪ ଲେନ୍ ବିଶିଷ୍ଟ କରାଯିବ।ସେହିପରି ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ […]
ରାଜ୍ୟରେ ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର।ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ।କେବଳ ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର। ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି […]
ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ସୁଚାମୁତାବକ ବରଗଡ଼ ବିଜେପୁର ଏସଆଇ ଜଗା ବରିହା ଜଣେ ସ୍କ୍ରାପ ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ […]
ଦିଲ୍ଲୀର ଜୀବନରେଖା ମେଟ୍ରୋରେ ଯାତ୍ରା କରିବା ଏବେ ମହଙ୍ଗା ହୋଇଯାଇଛି। ସମସ୍ତ ମେଟ୍ରୋ ଲାଇନରେ ଭଡା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନେ କମ ଦୂରତା ଯାତ୍ରା କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ। DMRC ଏକ ପୂର୍ବ ପୋଷ୍ଟରେ ସୂଚନା ଦେଇଛି ଯେ ନୂତନ ଦର ୨୫ ଅଗଷ୍ଟ ୨୦୨୫ (ସୋମବାର) ଠାରୁ କାର୍ଯ୍ୟକାରୀ ହୋଇଛି। ନୂତନ ନିୟମ ଅନୁଯାୟୀ, ଭଡ଼ା ଏକ ଟଙ୍କାରୁ ଚାରି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହି […]
ରବିବାର ଦିନ ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ । ମୃତକ ଦେବଗଡ଼ ସହର ଭୂୟାଁସାହିର ପ୍ରକାଶ ନାୟକ ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଦେବଗଡ଼ ପୌର ପ୍ରଶାସନ ପକ୍ଷରୁ କାଉନସିଲର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଜିଲ୍ଲା ଆଥେଲେଟିକ ଆସୋସିଏସନ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲା । ପଡ଼ିଆରେ ଖେଳୁଥିବା ବେଳେ ପ୍ରକାଶ […]
ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ […]
ଅନେକ ଲୋକଙ୍କ ଆଖିରୁ ପାଣି ବାହାରିବାର ସମସ୍ୟା ଥାଏ। କେତେବେଳେ ଏହା ସାମାନ୍ୟ ହୁଏ ତ କେତେବେଳେ ଏତେ ଅଧିକ ହୋଇଯାଏ ଯେ ଆଖି ଖୋଲା ରଖିବା କଷ୍ଟକର ହୋଇପଡ଼େ। ବିନା କାରଣରେ ଆଖିରୁ ପାଣି ବାହାରିବାର କାରଣ ହେଉଛି ଜୀବାଣୁ କିମ୍ବା ଛୋଟ କଣିକା । ଆଖିରେ ଶୁଷ୍କତା, ଟିୟର ଡକ୍ସ କଳା ପଡ଼ିବା, ଆଲର୍ଜି, କର୍ଣ୍ଣିଆ ବ୍ୟାପିବା ଦ୍ୱାରା ମଧ୍ୟ ଆଖିରୁ ପାଣି ବାହାରିଥାଏ । ଆଲର୍ଜିକ୍ କଞ୍ଜୁକ୍ଟିଭାଇଟିସ୍ରେ ଧୂଳି, ଧୂଆଁ କିମ୍ବା ପାଳିତ […]
ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର ସାରିଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି(ଇନସେନଟିଭ୍) ମିଳିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ […]
ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]
ରାୟଗଡ଼ ଜିଲ୍ଲା ବିଶ୍ୱ ଭ୍ରାତୃତ୍ୱ ଦିବସ ଅବସରରେ ରାୟଗଡ଼ ସହରର ସ୍ଥିତ କୋରାପୁଟ ଛକ ନିକଟରେ ଥିବା ବ୍ରହ୍ମାକୁମାରୀ କେନ୍ଦ୍ରରେ ବିଶ୍ୱ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ପୂର୍ବତନ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରଶାସକ ରାଜଯୋଗିନୀ ଦାଦି ପ୍ରକାଶମଣି ଜୀଙ୍କ ୧୮ ତମ ପୁଣ୍ୟତିଥି ପାଇଁ ବ୍ରହ୍ମାକୁମାରୀ ସଂଗଠନ ସାରା ଭାରତ ଏବଂ ନେପାଳରେ ଏକ ମେଘା ରକ୍ତଦାନ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ଏକ ଲକ୍ଷ୍ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ପାଇଁ ଏକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆବଶ୍ୟକ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ନଦେଇ ଏବଂ ଦରମା ବନ୍ଦର ଧମକ ଦେଇ ଜୋର ଜବରଦସ୍ତ ଅନଲାଇନ ଉପସ୍ଥାନକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ଉଦ୍ୟମକୁ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ଗୁରୁତର ସହ ନେଇଛି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ରାଜବଗିଚା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ […]
