କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର। କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କ’ଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିନେଇଥିଲେ। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି କବାଟ ଦେଇ ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା […]
ମେଷ – ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। […]
ରଣପୁର, ୦୩/୧୨ : ରଣପୁର ବ୍ଲକ ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଉଦଯାପିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସମ୍ମାନିତ ଅତିଥି ଭାବେ […]
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବୁଧବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଭା ପ୍ର ସେ ଏହି ଦିବସରେ ଶୁଭେଛା ଜ୍ଞାପନ କରିଛନ୍ତି । ଜିଲ୍ଲାରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବାନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ ଆବଶ୍ୟକ ସମସ୍ତ ସରକାରୀ ସୁବିଧାସୁଯୋଗ ଗୁଡିକୁ ଆପଣେଇବା ନିମନ୍ତେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି ।ସକାଳ ସାଢେ ଆଠଟା ସମୟରେ ଏକ […]
ପାନ ମସଲା ପ୍ୟାକେଜିଂକୁ ନେଇ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେ, ଯେକୌଣସି ଆକାର କିମ୍ବା ଓଜନର ପାନ ମସଲା ପ୍ୟାକେଟଗୁଡ଼ିକରେ ଖୁଚୁରା ବିକ୍ରୟ ମୂଲ୍ୟ ଏବଂ ଅନ୍ୟାନ୍ୟ ସମସ୍ତ ବାଧ୍ୟତାମୂଳକ ବିବରଣୀ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ପଡିବ। ସୂଚନା ଅନୁଯାୟୀ, ଏହି ନିୟମ ଲିଗାଲ୍ ମାପ ବିଜ୍ଞାନ (ପ୍ୟାକେଜ୍ ହୋଇଥିବା ସାମଗ୍ରୀ) ନିୟମ, ୨୦୧୧ ଅଧୀନରେ ସଂଶୋଧନ କରାଯାଇଛି ଏବଂ ଏହା ୧ ଫେବୃଆରୀ, ୨୦୨୬ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ତାରିଖରୁ, […]
ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛି, ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା।ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। […]
ମନ୍ଦିରର ଶୀର୍ଷରେ ପବନରେ ଉଡୁଥିବା ତ୍ରିକୋଣୀୟ ପତାକା ବା ବାନାକୁ ଦେଖି କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି ଏହା ତ୍ରୀକୋଣୀୟ କାହିଁକି ହୋଇଥାଏ ?ବିଜ୍ଞାନ ଅନୁଯାୟୀ, ତ୍ରିଭୁଜ ହେଉଛି ଏପରି ଏକ ଆକୃତି ଯାହା ବଢୁଥିବା ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଅର୍ଥାତ ଏଥିରୁ ବାହାରୁଥିବା ଶକ୍ତି ସର୍ବଦା ଉପର ଦିଗରେ ପ୍ରବାହିତ ହୋଇଥାଏ । ଶକ୍ତିକୁ ଉପରକୁ ଟାଣିବା ପାଇଁ ମନ୍ଦିରର ଶୀର୍ଷରେ ଉଡୁଥିବା ପତାକା ମଧ୍ୟ ସମାନ ନୀତି […]
ଆଜି ବିଧାନସଭାରେ ଉଠିଛି ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ। ଯେଉଁଥିରେ ୨୦ଟି ସରକାରୀ ଓ […]
ଇମ୍ଫା ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକାରୀ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଥେରୁବାଲି ଅଞ୍ଚଳବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏକ ନୂତନ ଆମ୍ବୁଲାନ୍ସ ଲୋକାର୍ପିତ କରାଯିବା ସଂଗେ ସଂଗେ ସ୍ୱାସ୍ଥ୍ୟସେବା ଯୋଗାଣର ଶୁଭାରମ୍ଭ ହୋଇଛି। ଏହି ଲୋକାର୍ପଣ ସମାରୋହ ରେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲକା, ଖେଦପଡା ସରପଞ୍ଚ ଶ୍ରୀମାନ ନରସିଂହ କିଲକା, ଡୁମୁରିଗୁଡା ସରପଞ୍ଚ ସୁଶ୍ରୀ ମାଣିକ ପିର୍ବାକା , କାର୍ତ୍ତୀକଗୁଡ଼ା ସରପଞ୍ଚ ସୁଶ୍ରୀ ରୀନା କାଡ୍ରାକା ,କେଲିଗୁଡା […]
ରାଞ୍ଚି ପରେ ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ଦିନିକିଆରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି। ଏହା ପୂର୍ବରୁ ଦିନିକିଆରେ ୫୦ଟି ଶତକ […]
ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ସ୍ଥାନୀୟ ଚାହିଦା ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଲାଭ ଆଦାୟ ଯୋଗୁଁ ଟଙ୍କାର ହ୍ରାସ ଘଟିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟଙ୍କା ଆହୁରି ହ୍ରାସ ପାଇବ କି? ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଡଲାର […]
ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପିଲାମାନଙ୍କୁ ଡିସେମ୍ବର ୧୫ ତାରିଖରୁ ଆଡୋମିଟ୍ କାର୍ଡ ଦିଆଯିବ ବୋଲି ସୂଚନା ଦିଆଯାଇଛି […]
